ପୁରୀ: ଆଜି ସକାଳୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଏବଂ ବିଜେପିର ମୁଖପାତ୍ରଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସହିତ ରଥଖଳା ପରିଦର୍ଶନ କରିଛନ୍ତି।

ଏହାସହ ପୁରୀରେ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ତିନି ନୂଆ ରେଳ ପ୍ରକଳ୍ପ ପାଇଁ ସୂଚନା ଦେଇଛନ୍ତି। ପୁରୀରୁ ଭୁବନେଶ୍ୱର କଟକ ଦେଇ ସମ୍ବଲପୁର ଏବଂ ରାଉରକେଲା ଯାଏଁ ଚାଲିବ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀରୁ କଟକ ଯାଇ ହେବ ବନ୍ଦେ ମେଟ୍ରୋ ଟ୍ରେନ। ଜାନୁଆରୀରେ ଶିଳାନ୍ୟାସ ହେବ। ରେଳ ଭିତ୍ତିଭୂମି ବିକାଶରେ ଓଡ଼ିଶା ୧ ନମ୍ୱର୍ ହେବ। ଚଳିତ ବର୍ଷ ୪୫୨ କିମି ନୂଆ ରେଳପଥ ନିର୍ମାଣ କରାଯିବ। ଓଡ଼ିଶାର ୫୭ ରେଳ ଷ୍ଟେସନ ବିଶ୍ବସ୍ତରୀୟ ହେବ ବୋଲି କହିଛନ୍ତି।
ପୁରୀରେ କେନ୍ଦ୍ରମନ୍ତ୍ରୀ ; ତିନି ନୂଆ ରେଳ ପ୍ରକଳ୍ପ ପାଇଁ ଦେଲେ ସୂଚନା
Popular Categories



