ପୁରୀରୁ ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ – ପ୍ରଧାନମନ୍ତ୍ରୀ ମୋଦୀ କଲେ ଶୁଭାରମ୍ଭ

ପୁରୀ/ଭୁବନେଶ୍ୱର – ପୁରୀ – ହାଓ୍ୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍’କୁ ପ୍ରଧାନମନ୍ତ୍ରୀ ମୋଦୀ ଆଭାସୀ ଜରିଆରେ ଶୁଭାରମ୍ଭ କରିଛନ୍ତି । ଏହା ସହ ପୁରୀ ଓ କଟକ ରେଳଷ୍ଟେସନର ନବୀକରଣ କାର୍ଯ୍ୟର ଶିଳାନ୍ୟାସ ସହ ବିଛୁପାଲି – ଝରତରଭା ନୂଆ ରେଳ ଲାଇନର ଉଦଘାଟନ, ସମ୍ବଲପୁର-ଟିଟିଲାଗଡ଼ ଲାଇନ ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ନୂଆ ରେଳ ଲାଇନ, ରାଉରକେଲା-ଝାରସୁଗୁଡା ଓ ମନୋହରପୁର-ବୋନ୍ଦାମୁଣ୍ଡା ୩ୟ ରେଳ ଲାଇନ ଏବଂ ଓଡ଼ିଶାରେ ଶତପ୍ରତିଶତ ରେଳ ଲାଇନ ଇଲେକ୍ଟ୍ରିକରଣ କାର୍ଯ୍ୟର ଉଦଘାଟନ କରିଛନ୍ତି । ଏହି ଅବସରରେ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ,ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବନ୍ଦେ ଭାରତ ଏକ୍ସପ୍ରେସ କେବଳ ଗୁରୁବାରକୁ ଛାଡ଼ି ସପ୍ତାହର ଅନ୍ୟ ସବୁ ଦିନ ଚାଲିବ ।

ପୁରୀରୁ ଏହି ଟ୍ରେନ୍ ଦିନ ୧ଟା ୫୦ରେ ଛାଡ଼ିବ ଓ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ। ସେହିଭଳି ହାୱଡ଼ାରୁ ସକାଳ ୬ଟା ୧୦ରେ ବାହାରି ୧୨ଟା ୩୫ରେ ପୁରୀରେ ପହଞ୍ଚିବ।

ଏହି ଟ୍ରେନ୍ ପ୍ରାୟ ୬ ଘଣ୍ଟା ୨୫ ମିନିଟ ମଧ୍ୟରେ ପୁରୀ ଏବଂ ହାୱଡ଼ା ମଧ୍ୟରେ ୫୦୦ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ୨୨୮୯୬ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ନିୟମିତ ଭାବେ ମେ’ ୨୦ରୁ ଆରମ୍ଭ ହେବ। ଏହି ଟ୍ରେନ୍ ଅପରାହ୍ନ ୧.୫୦ ମିନିଟରେ ପୁରୀ ଛାଡିବ ଓ ରାତି ୮.୩୦ ମିନିଟରେ ହାୱଡ଼ାରେ ପହଂଚିବ। ସେହିପରି ସକାଳ ୬.୧୦ ମିନିଟରେ ହାୱଡ଼ା ଛାଡି ପୁରୀରେ ଦିନ ୧୨.୩୫ ମିନିଟରେ ପହଂଚିବ। ୧୬ କୋଚ୍ ବିଶିଷ୍ଟ ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଯାଜପୁର-କେନ୍ଦୁଝର ରୋଡ଼, ଭଦ୍ରକ, ବାଲେଶ୍ୱର ଓ ଖଡଗପୁର ଷ୍ଟେସନରେ ରହଣି କରିବ।

 

ପ୍ରଧାନମନ୍ତ୍ରୀ ପୁରୀ ଓ କଟକ ରେଳଷ୍ଟେସନର ନବୀକରଣ କାର୍ଯ୍ୟର ଶିଳାନ୍ୟାସ ସହ କରିଛନ୍ତି । ଏହା ବିଛୁପାଲି – ଝରତରଭା ନୂଆ ରେଳ ଲାଇନର ଉଦଘାଟନ, ସମ୍ବଲପୁର-ଟିଟିଲାଗଡ଼ ଲାଇନ ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ନୂଆ ରେଳ ଲାଇନ, ରାଉରକେଲା-ଝାରସୁଗୁଡା ଓ ମନୋହରପୁର-ବୋନ୍ଦାମୁଣ୍ଡା ୩ୟ ରେଳ ଲାଇନ ଏବଂ ଓଡ଼ିଶାରେ ଶତପ୍ରତିଶତ ରେଳ ଲାଇନ ଇଲେକ୍ଟ୍ରିକରଣ କାର୍ଯ୍ୟର ଉଦଘାଟନ କରିଛନ୍ତି ।

Comments are closed.