ଗଡିଲା ନନ୍ଦିଘୋଷ ; ଭାଇଭଉଣୀ ପଛେ ପଛେ ଯାଉଛି ଜଗା

ହୁଳହୁଳି ହରିବୋଲରେ କମ୍ପୁଛି ଚାରିଦିଗ

ପୁରୀ : ଆଜି ଲୋକାରଣ୍ୟ ବଡଦାଣ୍ଡ। ଘଣ୍ଟାଘଣ୍ଟ,ହୁଳହୁଳି ହରିବୋଲରେ କମ୍ପୁଛି ଚାରିଦିଗ। ଆଗରେ ବଡଭାଇ,ସୁନା ଭଉଣୀ ପଛରେ ଯାଉଛନ୍ତି ମହାପ୍ରଭୁ ଜଗତରନାଥ ଜଗନ୍ନାଥ। ତାଳଧ୍ୱଜ ଓ ଦର୍ପଦଳନରେ ପରେ ବଡଦାଣ୍ଡରେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ।ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ। ରଥରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଭକ୍ତଙ୍କ ଗହଣରେ ଗଡ଼ିଛି ନନ୍ଦିଘୋଷ ।
ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ୍‌ ଖୁସି ଦେଖିବାକୁ ମିଳିଛି । ଭୋରରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ପ୍ରଥମେ ସକାଳୁ ସକାଳୁ ଗୋଟି ପହଣ୍ଡିରେ ରଥରେ ବିଜେ କରିଥିଲେ ଚକ୍ରରାଜ ସୁଦର୍ଶନ । ଦ୍ୱିତୀୟରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ​‌ହୋଇ ତାଳଧ୍ୱଜ ରଥରେ ବିଜେ କରିଥିଲେ  । ପରେ ପରେ ଭଉଣୀ ସୁଭଦ୍ରାଙ୍କୁ ସେବାୟତ ମାନେ ହାତରେ ଝୁଲାଇ ଝୁଲାଇ ଦର୍ପଦଳନରେ ବିଜେ କରାଇଥିଲେ । ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଥିଲେ ।
୨ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବଡ଼ ଦାଣ୍ଡରେ ଭକ୍ତଙ୍କ ଉପରେ ପାଣି ଛିଞ୍ଚାଯିବା ସହ ସୁରକ୍ଷା ପାଇଁ ଆମ୍ବୁଲାନ୍ସ ଓ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି ।

 

Comments are closed.