www.samajalive.in
Monday, December 15, 2025
26.1 C
Bhubaneswar

ମଣିପୁର ଭୂସ୍ଖଳନ ; ୧୪ ମୃତଦେହ ଉଦ୍ଧାର,ବଢିପାରେ ମୃତ୍ୟୁ ସଂଖ୍ୟା

ମଣିପୁର : ମଣିପୁରରେ ହୋଇଥିବା ଏକ ବଡ ଧରଣର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଆଜି ଆଉ ୪ ମୃତଦେହ ମାଟିତଳୁ ଦବି ଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନାନୁଯାୟୀ, ଏଯାଏଁ ପ୍ରାୟ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ୨୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ୧୨ ରୁ ଅଧିକ ଲୋକେ ନିଖୋଜ ରହିଛନ୍ତି। ମାଟି ତଳେ କେତେ ଜଣ ଦବି ରହିଛନ୍ତି ,ସେନେଇ କୌଣସି ସ୍ପଷ୍ଟତା ନାହିଁ ବୋଲି ପୁଲିସ ଅଧିକାରୀ କହିଛନ୍ତି। ମାତ୍ର ପ୍ରାୟ ୬୦ ଜଣ ଦବି ରହିଛନ୍ତି ବୋଲି ଅନୁମାନ କରାଯାଉଛି। ଏମାନଙ୍କ ମଧ୍ୟରେ ସୈନିକ,ରେଲୱେ କର୍ମଚାରୀ, ଗ୍ରାମବାସୀ ଓ ଶ୍ରମିକ ମଧ୍ୟ ସାମିଲ ରହିଛନ୍ତି।
ବୁଧବା ଠାରୁ ଗୁରୁବାର ରାତିରେ ମଣିପୁରର ନୋନୀ ଜିଲାର ତୁପୁଲ ରେଲୱେ ଷ୍ଟେସନ ନିକଟରେ ଭାରତୀୟ ସେନାର ୧୦୭ ଟେରିଟୋରିୟଲ ଆର୍ମି କ୍ୟାମ୍ପ ନିକଟରେ ଭୂସ୍ଖଳନ ହୋଇଥିଲା। ଏଠାରେ ଜେରିବାମରୁ ଇମ୍ଫାଲ ମଧ୍ୟରେ ରେଳ ଧାରଣା ତିଆରି କରାଯାଉଥିଲା। ଭୂସ୍ଖଳନ ପରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ପାଗ ଖରାପ ରହିବା ପରେ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରଖାଯାଇଛି।

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories