www.samajalive.in
Saturday, December 6, 2025
17.1 C
Bhubaneswar

ପାଟନା କୋର୍ଟରେ ବିସ୍ଫୋରଣ

ପାଟନା: ବିହାରର ରାଜଧାନୀ ପାଟନା ସ୍ଥିତ ସିଭିଲ୍‌ କୋର୍ଟରେ ଶୁକ୍ରବାର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣର ଶବ୍ଦ ପରେ କୋର୍ଟ ପରିସରରେ କିଛି ସମୟ ପାଇଁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଉପସ୍ଥିତ ପୁଲିସ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। କୁହାଯାଉଛି ଯେ, ଏକ ହଷ୍ଟେଲରୁ ଜବତ ହୋଇଥିବା ବୋମାକୁ କୋର୍ଟରେ ଉପସ୍ଥାପନ କରାଯାଉଥିଲା। ଏହି ସମୟରେ ବୋମାଟି ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ତଦନ୍ତ ଅଧିକାରୀ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ପାଟନାସ୍ଥିତ ଏକ ହଷ୍ଟେଲରୁ କିଛି ଦିନ ପୂର୍ବରୁ ଏକ ବୋମା ଜବତ କରାଯାଇଥିଲା। ଜବତ ହୋଇଥିବା ବୋମା ମାମଲାର ଶୁଣାଣି ପାଇଁ କୋର୍ଟରେ ଉପସ୍ଥାପନ କରାଯାଉଥିଲା। ଏହି ସମୟରେ ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣ ସମୟରେ ସେଠାରେ ଉପସ୍ଥିତ ଥିବା ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ଆହତ ହୋଇଛନ୍ତି। କଦମକୁଆଁ ଥାନା ପକ୍ଷରୁ କୋର୍ଟକୁ ବୋମାଟି ଅଣାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories