www.samajalive.in
Saturday, December 6, 2025
15.1 C
Bhubaneswar

ସରିଲା ତିନି ରଥରେ ଛେରାପହଁରା ; କିଛି ସମୟ ପରେ ରଥଟଣା ଆରମ୍ଭ

ପୁରୀ : ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ନୀତିକାନ୍ତି ପରେ ତିନି ରଥରେ ବିଜେ କରି ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥ ଉପରେ ‘ଛେରାପହଁରା’ ନୀତି କରିଛନ୍ତି ଗଜପତି ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ ରଥରେ ଛେରାପହଁରା ନୀତି କରାଯିବା ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ଛେରାପହଁରା କରିଛନ୍ତି। ଏହାପରେ ଦର୍ପଦଳନରେ ଛେରାପହଁରା ନୀତି କରିଛନ୍ତି ଗଜପତି ମହାରାଜା। ସୁବର୍ଣ୍ଣ ଖଡିକା ଧରି ଛେରାପହଁରା କରିଛନ୍ତି ଗଜପତି ମହାରାଜା। ଛେରାପହଁରା ନୀତି ପରେ ରଥଟଣା ଆରମ୍ଭ ହେବ।ପ୍ରଥମେ ତାଳଧ୍ୱଜ ରଥରେ ଚାରମାଳ ଫିଟା ଯାଇ ଘୋଡା ଯୋଖା ଯାଇଛି। କିଛି ସମୟ ପରେ ଆରମ୍ଭ ହେବ ରଥଟଣା ।
ନବଦିନାତ୍ମକ ଯାତ୍ରାରେ ଶ୍ରୀଜୀଉ । ରଥ ପ୍ରତିଷ୍ଠା ପରେ ସମସ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ହୋଇସାରିଛନ୍ତି। ପହଣ୍ଡି ବିଜେ ପରେ ରଥାରୁଢ଼ ହୋଇସାରିଛନ୍ତି ୩ ଠାକୁର । ଚକ୍ରରାଜ ସୁଦର୍ଶନ ପ୍ରଥମେ ରଥାରୁଢ଼ ହୋଇଥିବା ବେଳେ ପରେ ତାଳଧ୍ୱଜରେ ବିଜେ ବଡ଼ ଭାଇ ବଳଭଦ୍ର ପରେ ଦେବୀ ସୁଭଦ୍ରା ଦର୍ପଦଳନରେ ବିଜେ କରିସାରିଛନ୍ତି।  ବଡ ଭାଇ ବଳଭଦ୍ରଙ୍କ ପରି ମୁଣ୍ଡରେ ଟାହିଆ ଲଗ।ଇ ଭକ୍ତଙ୍କ ଗହଣରେ ଝୁଲିଝୁଲି ଆସି ନନ୍ଦିଘୋଷ ରଥରେ ମହାପ୍ରଭୁ ଜଗନ୍ନାଥ ବିଜେ କରିସାରିଛନ୍ତି ।
ସୂଚନା ମତାବକ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ନୀତିକାନ୍ତି ୩ ଘଣ୍ଟା ଆଗୁଆ ରହିଛି ବୋଲି ଜଣାପଡ଼ିଛି । କରୋନା ପାଇଁ ୨ ବର୍ଷ ପରେ ବଡ଼ ଦାଣ୍ଡରେ ଏକାଠି ହୋଇଛନ୍ତି ଭକ୍ତ ଓ ଭଗବାନ । ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁ ଭକ୍ତ ଓ ଭଗବାନଙ୍କ ଏକାଠିକୁ ବାରଣ କରିଥିଲା ପ୍ରଶାସନ ଓ ସରକାର । ଅର୍ଥାତ୍‌ ବିନା ଭକ୍ତରେ ସେବାୟତ ଓ ପୁଲିସ ପ୍ରଶାସନ ଦ୍ୱାରା ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା । କେବଳ ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରିପାରୁଥିଲେ ଭକ୍ତ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ହଟିଥିବାରୁ ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳିଛି । ଏଥି ପାଇଁ ପ୍ରଶାସନ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିବା ବେଳେ ସୁରୁଖୁରୁରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଉଛି । ଭୋର ୩ଟା ସମୟରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସରିଥିବା ବେଳେ ସଢ଼େ ୩ଟା ସମୟରେ ମଇଲମ ନୀତି ସମ୍ପନ୍ନ ହୋଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories