www.samajalive.in
Sunday, December 7, 2025
23.1 C
Bhubaneswar

ମହିଳା ଆଶ୍ରମ ଜମି ବିକ୍ରି ଉଦ୍ୟମକୁ ବିରୋଧ

ପୁରୀ: ମହିଳା କୁଟୀରଶିଳ୍ପ ଶିକ୍ଷାଶ୍ରମ ଜମି ବିକ୍ରି ଉଦ୍ୟମକୁ କେତେକ ସଂଗଠନ ବିରୋଧ କରିଛନ୍ତି। ଗରିବ ଓ ନିଃସହାୟ ମହିଳାଙ୍କ ଉଦେଶ୍ୟରେ ନିର୍ମିତ ଆଶ୍ରମର ପରିଚାଳନା ଦାୟିତ୍ବ ଜିଲା ପ୍ରଶାସନ ନେବାକୁ ସେମାନେ ଦାବି କରିଛନ୍ତି। ଏହାଛଡା ଜମି ବିକ୍ରି ବନ୍ଦ କରାଯିବାକୁ ପୁରୀ ବିକାଶ ପରିଷଦ ପକ୍ଷରୁ ଜିଲାପାଳଙ୍କୁ ଅନୁରୋଧ କରାଯାଇଛି। ଜମି ପ୍ଲଟିଂ ଯୋଜନା ଅନୁମୋଦନ ପାଇଁ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷରେ ଦାଖଲ ହୋଇଥିବା ଦରଖାସ୍ତ ଖାରଜ ପାଇଁ ପରିଷଦ ପକ୍ଷରୁ ଦାବି କରାଯାଇଛି। ଏହି ଅଭିଯୋଗର ତଦନ୍ତ ପାଇଁ ଜିଲାପାଳ ସମର୍ଥ ବର୍ମା ନିର୍ଦେଶ ଦେଇଥିବା ଜଣାପଡିଛି। ମହିଳା ଆଶ୍ରମ ଜମି ବିକ୍ରି ଉଦ୍ୟମ ଖବର ଗୁରୁବାର ‘ସମାଜ’ରେ ପ୍ରକାଶ ପାଇଥିଲା।

 

- Advertisement -

ଜମି ବିକ୍ରି ଉଦ୍ୟମ ବିରୋଧରେ ଶିକ୍ଷିତ ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟର ଗରିବ ବିଧବା ମହିଳା, ସ୍ବାମୀ ପରିତ୍ୟକ୍ତା, ଅସହାୟ ମହିଳାଙ୍କ ଥଇଥାନ ଏବଂ ତାଲିମ ଉଦେଶ୍ୟରେ ପ୍ରତିଷ୍ଠା ହୋଇଥିବା ମହିଳା କୁଟୀରଶିଳ୍ପ ଶିକ୍ଷାଶ୍ରମ ଜମି ହସ୍ତାନ୍ତର ଉଦ୍ୟମ ବେଆଇନ ବୋଲି ପରିଷଦ ଅଭିଯୋଗ କରିଛି। ଜିଲା ପ୍ରଶାସନ ଯଥାଶୀଘ୍ର ଏଥିରେ ହସ୍ତକ୍ଷେପ କରିବା ସହ ଆଶ୍ରମ ଜମିର ସୁରକ୍ଷା କରିବାକୁ ଦାବି କରାଯାଇଛି। ମହିଳା ଆଶ୍ରମ ଜମି ପ୍ଲଟିଂ ଏବଂ ବିକ୍ରି ଉଦ୍ୟମ ଘଟଣାକୁ ପରିଷଦ ବିରୋଧ କରିଛି। ଦାତବ୍ୟ ଉଦେଶ୍ୟରେ ଏବଂ ଗରିବ ମହିଳାଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ଲିଜ୍‌ ସୂତ୍ରରେ ଦେଇଥିବା ଜମି ହସ୍ତାନ୍ତର କିମ୍ବା ଅନ୍ୟ ଉଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories