www.samajalive.in
Monday, December 15, 2025
27.1 C
Bhubaneswar

ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନିର୍ମାଣକୁ ବିରୋଧ, ଜନ୍ତରମନ୍ତରରେ ବିକ୍ଷୋଭ

ନୂଆଦିଲ୍ଲୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ଲାଗି ଐତିହ୍ୟ କରିଡ଼ର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରି ବିଶେଷଜ୍ଞଙ୍କ ସହ ଆଲୋଚନା କରିବାକୁ ଓଡ଼ିଶା ସରକାରଙ୍କୁ ନୂଆଦିଲ୍ଲୀ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ତରଫରୁ ଆହ୍ୱାନ କରାଯାଇଛି। ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରେ ଚାଲିଥିବା ଖନନ କାର୍ଯ୍ୟକୁ ବିରୋଧ କରି ଅଭିଯାନ ତରଫରୁ ରବିବାର ଅପରାହ୍ନରେ ସ୍ଥାନୀୟ ଜନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଫେସର ପ୍ରଫୁଲ ମିଶ୍ର, ସୂର୍ଯ୍ୟନାରାୟଣ ମିଶ୍ର, ତାପସ ପରିଡ଼ା, ସନ୍ଦୀପ ମହାପାତ୍ର, ରାଜେଶ ଶର୍ମା, ପ୍ରମୋଦ ଭୋଳ, ସତ୍ୟଭୂଷଣ ଦାଶ, ପ୍ରଣବ ଦାସ, ଶଙ୍କର ଜେନା, ମୀନକେତନ ମିଶ୍ର, ସତ୍ୟନାରାୟଣ ଆଚାର୍ଯ୍ୟ, ଅମିୟ ନାୟକ, ସଞ୍ଜୟ ମିଶ୍ର ଓ ବିଶ୍ୱଜିତ ବାରିକ ପ୍ରମୁଖ ନିଜ ବକ୍ତବ୍ୟରେ ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରେ ୧୦୦ ମିଟର ପରିଧି ମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଚାଲୁ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମଳୟ ପ୍ରଧାନ, ରୋହିତ ସିଂହ, ପ୍ରକାଶ ରାୟ, ଅକ୍ଷୟ ଲେଙ୍କା, ସୁଧାଂଶୁ ନାୟକ, ରୀତା ପାତ୍ର, ହରିଓମ୍‍, ଡ଼ ଶୌଳେନ୍ଦ୍ର ସ୍ୱାଇଁ, ଦିଲ୍ଳୀପ ବେହୁରା, କମଳେନ୍ଦୁ ନାୟକ, ରଞ୍ଜନ ପାଣି, ସୁବ୍ରତ ମହାପାତ୍ର, ମନ୍ମଥ ଓଝା, ପ୍ରଭାକର ପତି, ନୃସିଂହ ପଣ୍ଡା ଓ ଦୀପକ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories