ପୁରୀ: ରିକ୍ସା ଚାଳକଙ୍କ ଆକ୍ରମଣରେ ଆଇନଜୀବୀ ଗୁରୁତର। ଲହୁଲୁହାଣ ହୋଇ ମେଡିକାଲରେ ଭର୍ତ୍ତି ହେଲେ ଓକିଲ ରଘୁନାଥ ପଟ୍ଟନାୟକ । ପୁରୀ ଟାଉନ ଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହିରେ ଜଣେ ରିକ୍ସା ଚାଳକ ତାଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ରଘୁନାଥଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଲିସ୍ ତାଙ୍କୁ ଉଦ୍ଧାର କରି ପୁରୀ ବଡ ମେଡିକାଲରେ ଭର୍ତ୍ତି କରିଛି। ତେବେ ଆକ୍ରମଣକାରୀ ରିକ୍ସା ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ତେବେ ଆକ୍ରମଣର କାରଣ କଣ, ତାହା ଏପର୍ଯ୍ୟନ୍ତ ଜଣାପଡିନି।
Popular Categories



