ସାକ୍ଷୀଗୋପାଳ – ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବୁଧବାରରେ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ ଓ ବକୁଳ ବନ ପରିସରରେ ନିର୍ମାଣଧୀନ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ପ୍ରକଳ୍ପ ପରିଦର୍ଶନରେ ଆସିଥିବା ପର୍ଯ୍ୟଟକଙ୍କ ସହିତ ଆଲୋଚନା କରିଥିଲେ। ପ୍ରକଳ୍ପ ମଧ୍ୟରେ ଛାୟାପ୍ରଦ ସେଡ ନିର୍ମାଣ, ପାନୀୟ ଜଳ, କମ୍ପ୍ୟୁଟର ଗୃହରେ ଏ ସି ସ୍ଥାପନ, ଶୌଚାଳୟ ଓ ଟି ଷ୍ଟଲ ସ୍ଥାପନ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ କ୍ଷ ଖୁବ ଶୀଘ୍ର ଏହି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଜିଲ୍ଲାପାଳ ବର୍ମା ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
ସତ୍ୟବାଦୀର ଐତିହାସିକ ବକୁଳ ବନ ପରିସରରେ ନିର୍ମାଣଧୀନ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଖୁବ ଶୀଘ୍ର କାର୍ଯ୍ୟ ଶେଷ କରିବା ନିମନ୍ତେ ଓଡିଶା ସେତୁ ନିର୍ମାଣ ନିଗମର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ ପ୍ରମୁଖ ଜିଲ୍ଲାପାଳଙ୍କ ସହ କାର୍ଯ୍ୟର ସମୀକ୍ଷା କରିଥିଲେ ।



