www.samajalive.in
Friday, December 5, 2025
20.1 C
Bhubaneswar

ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୦ କୋଟି ଟଙ୍କାର ପ୍ୟାକେଜ

ପୁରୀ: ଓଡିଶାର ପ୍ରମୁଖ ସହର ଶ୍ରୀକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ୫୦୦କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ପୁରୀ ସହରର ଭିତ୍ତିଭୂମି ବିକାଶ, ନୂଆ ରାସ୍ତା ନିର୍ମାଣ, ସେତୁ, ପାର୍କିଂ, କ୍ଷତିଗ୍ରସ୍ତଙ୍କୁ ଥଇଥାନ ଓ ମଠ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ପାଇଁ ସରକାରୀ ସହଯୋଗ ଅନୁମୋଦନ କରାଯାଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ଏହି ଘୋଷଣା ହୋଇଛି ।

ପୁରୀ ବାଇପାସ୍ ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଳଭ ମଠକୁ ଆଧୁନିକ ସେତୁ ଦ୍ବାରା ସଂଯୋଗ କରାଯିବ । ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଜଗନ୍ନାଥ ବଲ୍ଳଭ ମଠରେ ବହୁତଳ ପାର୍କିଂ, ଧ୍ୟାନ କେନ୍ଦ୍ର ଓ ଦୋକାନ ବଜାର ପାଇଁ ୧୮୦ କୋଟି ବ୍ୟୟ ଅଟକଳ କରାଯାଇଛି । ମୂଷା ନଦୀର ପୁନରୁଦ୍ଧାର କରାଯାଇ ମଙ୍ଗଳା ନଦୀ ସହ ସଂଯୋଗ କରାଯିବ । ମୂଷା ନଦୀର ପୁନରୁଦ୍ଧାର ଏବଂ ସେଠାରେ ରିଭର ଫ୍ରଣ୍ଟ ପର୍ଯ୍ୟଟନର ବିକାଶ ପାଇଁ ୮୫କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ସହ ଐତିହାସିକ ଅଠରନଳାର ସୈାନ୍ଦର୍ୟ୍ୟକରଣ ଓ ଆଲୋକୀକରଣ ପାଇଁ ୫କୋଟି ଟଙ୍କା ଖର୍ଚ୍ଚ ବ୍ୟୟ ବରାଦ କରାଯାଇଛି ।

- Advertisement -

ପୁରୀରେ ୨୮ଏକର ଜମିରେ ଏକ ହ୍ରଦର ବିକାଶ ପାଇଁ ୩୫କୋଟି ଟଙ୍କା ବ୍ୟୟ ବରଦା କରାଯାଇଛି । ପୁରୀରେ ଥିବା ପୁରଷ୍କରିଣୀ ଯଥା- ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୁନରୁଦ୍ଧାର ଏବଂ ଐତିହସ୍ଥଳୀର ସଂରକ୍ଷଣ କରାଯିବ । ଦୁଇ ବର୍ଷ ମଧ୍ୟରେ ଏସବୁ କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଆସୁଥିବା ମଠ ଗୁଡିକର ସ୍ଥାନାନ୍ତର କରାଯିବ। ପୁରୀରେ ଥିବା ମଠ ଗୁଡିକୁ ଅବଡା ଯୋଜନରେ ସରକାର ସହଯୋଗ ଯୋଗାଇ ଦେବେ ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କରହିଛନ୍ତି ଯେ, ପୁରୀକୁ ବିଶ୍ବ ଏତିହ୍ୟ ନଗରୀ ଭାବରେ ଗଡିତୋଳିବା ପାଇଁ ଭିତ୍ତିଭୂମିର ବିକାଶ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଶ୍ରୀମନ୍ଦିରର ସୁରକ୍ଷାକୁ ମହାପ୍ରଭଙ୍କ ସେବା ଭାବରେ ଗ୍ରହଣ କରିବାକୁ ପୁରୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୁଲିସ ମହାନିର୍ଦେଶକ, ଆଇନ ସଚିବ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସକ, ପୁରୀ ଜିଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଏବଂ ପୁରୀ ଏସ୍‌.ପି ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା​‌ଯୋଗ୍ୟ, ଗତ କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ଭିତ୍ତିଭୂମି ବିକାଶ ପାଇଁ ୨୬୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ମଧ୍ୟ ଅନୁମୋଦନ କରିଥିଲେ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories