ପୁରୀ : ଜ୍ୱରରେ ପୀଡ଼ିତ ଥିବା ଶ୍ରୀଜିଉଙ୍କୁ ଶନିବାର ବିଳମ୍ବିତ ରାତିରେ ଦଶମୂଳ ମୋଦକ ଲାଗି ହୋଇଛି। ରବିବାର ଅଣସରର ଦ୍ୱାଦଶୀ ତିଥିରେ ଗଜପତି ମାହାରାଜଙ୍କୁ ଶ୍ରୀଜିଉଙ୍କ ସୁସ୍ଥ ହେବା ଖବର ଦିଆଯିବ। ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଶ୍ରୀଜିଉ ଅସୁସ୍ଥ ହୋଇଥିଲେ। ଏହାପରେ ଫୁଲୁରି ତେଲ ମାସିଲ ସହ ବିଭିନ୍ନ ଔଷଧୀୟ ଉପଚାର କରାଯାଇଥାଏ। ଏହାପରେ ମହାପ୍ରଭୁ ଦଶମୂଳ ମୋଦକ ସେବନ କରିଛନ୍ତି।
Popular Categories



