ପୁରୀ : ପରମ୍ପରା ବିଧି ଅନୁଯାୟୀ ବୁଧବାର ଶ୍ରୀଜିଉଙ୍କର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କର ପ୍ରାକୃତିକ ରଙ୍ଗରେ ଶିଙ୍ଗାର ସମ୍ପନ୍ନ କରାଯିବ।
ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ପ୍ରବେଶ କରି ଶ୍ରୀମୁଖ ଶିଙ୍ଗାର କରିବେ। ଏହା ଅତ୍ୟନ୍ତ ଗୁପ୍ତ ସେବା ହୋଇଥିବାରୁ ଏହି ସମୟରେ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନଙ୍କ ସୂଚନା ଅନୁସାରେ ଅପରାହ୍ନ ୪ଟା ୩୦ ରୁ ୮ଟା ୩୦ ଦୀର୍ଘ ଚାରି ଘଣ୍ଟା ଧରି ଦର୍ଶନ ବନ୍ଦ ରହିବ। ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ବେଢା ପରିକ୍ରମା ସହ ଅନ୍ୟ ମନ୍ଦିରରେ ଦେବାଦେବୀଙ୍କୁ ଦର୍ଶନ କରି ପାରିବେ।
ମହାପ୍ରଭୁଙ୍କ ବନକଲାଗି ନୀତି
Popular Categories



