www.samajalive.in
Friday, December 5, 2025
17.1 C
Bhubaneswar

ଶ୍ରୀମନ୍ଦିରର ପରିଚାଳନା ବୈଠକ

ପୁରୀ : ସୋମବାର ଶ୍ରୀମନ୍ଦିର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠତ ହେଉଛି। ଏହି ବୈଠକରେ ପୁରୀ ହିଂସାକାଣ୍ଡ ଓ ସୁପ୍ରିମକୋର୍ଟଙ୍କ ଆଦେଶ ପରିଚାଳନର ସମୀକ୍ଷା ମୁଖ୍ୟ ପ୍ରସଙ୍ଗ ରହିଛି। ଏହା ବ୍ୟତୀତ କାର୍ତ୍ତିକ ନୀତି ଓ ହବିଷ୍ୟାଳିଙ୍କୁ ଅବଢା ଦେବା ସଂପର୍କରେ ମଧ୍ୟ ସମୀକ୍ଷା ରହିଛି।ଆମିକସ କ୍ୟୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ୩୦ବର୍ଷର ରିପୋର୍ଟ  ମାଗିଛନ୍ତି। ଗତ ୩୦ ବର୍ଷ ମଧ୍ୟରେ ପରିଚାଳନା କମିଟି ବୈଠକରେ ହୋଇଥିବା ସମସ୍ତ ନିଷ୍ପତ୍ତି ସମ୍ପର୍କରେ ସେ ରିପୋର୍ଟ ତଲବ କରିଛନ୍ତି।
ସୂଚନା ଅନୁଯାୟୀ ବୈଠକ ଆରମ୍ଭରୁ ପୂର୍ବ ବୈଠକର ବିବରଣୀ ଦୃଢୀକରଣ ପରେ ଗତ ସେପ୍ଟେମ୍ବର ୨୭ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକ ବିବରଣୀର ଅନୁପାଳନ ହୋଇଛି କି ନାହିଁ , ସେ ଉପରେ ସମୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୨୭ ରୁ ନଭେମ୍ବର ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ତ୍ତିକ ମାସର ସମସ୍ତ ନୀତିର ସମୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଛି। ପୁରୀ ହିଂସାକାଣ୍ଡ କ୍ଷୟକ୍ଷତିର ଆକଳନ ଓ ପୁନଃ ନିର୍ମାଣ ସଂକ୍ରାନ୍ତରେ ଆଲୋଚନା କରାଯିବ। ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ଯେଉଁ ୧୨ଟି ଅନ୍ତରୀଣ ଆଦେଶ ଦେଇଥିବା ଉପରେ ମଧ୍ୟ ସମୀକ୍ଷା କରାଯିବ। ବିଶେଷ କରି ୧,୨ ଓ ୧୨ ନଂ ଆଦେଶରେ ରହିଥିବା ବଂଶାନୁକ୍ରମିକ ସେବା ଉଚ୍ଛେଦ, ଶ୍ରୀମନ୍ଦିର ଆଇନର ସଂଶୋଧନ ଆଦି ପ୍ରସଙ୍ଗର ଆଲୋଚନା ହେବ। ଏହା ପରେ ଶ୍ରୀଜିଉଙ୍କ ଜମି ବିକ୍ରି ସଂକ୍ରାନ୍ତରେ ଗୃହିତ ପଦକ୍ଷେପ ସଂପର୍କରେ କମିଟି ସଦସ୍ୟଙ୍କୁ ଅବଗତ କରାଯିବ। ସଂସ୍ଥା ସବ କମିଟି ସଂପର୍କରେ ମଧ୍ୟ ବିସ୍ତୃତ ଅଲୋଚନା କାର୍ଯ୍ୟକ୍ରମ ରହିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories