www.samajalive.in
Friday, December 5, 2025
20.1 C
Bhubaneswar

ମହାପ୍ରଭୁଙ୍କ ଆଡ଼କିଆ ବେଶ

ପୁରୀ : ବୁଧବାର ପବିତ୍ର କାର୍ତ୍ତିକ ତ୍ରୟୋଦଶୀ ତିଥି ଓ ପଞ୍ଚୁକ ବ୍ରତର ତୃତୀୟ ଦିବସ। ଶ୍ରୀମନ୍ଦିରରେ ମହାପ୍ରଭୁ ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସ୍ୱର୍ଣ୍ଣାଦି ଅଳଙ୍କାରରେ ବିଭୂଷିତ ହୋଇ ପ୍ରଭୁ ଜଗନ୍ନାଥ ଶ୍ରଦ୍ଧାଳୁମାନଙ୍କୁ ଏହି ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଉଛନ୍ତି। ବାମନ ଅବତାରରେ ମହାପ୍ରଭୁଙ୍କର ସର୍ବମୟ ରୂପକୁ ମନେପକାଇ ଏହି ରୂପ କରାଯିବାର ପରମ୍ପରା ରହିଛି।
ଏହି ରୂପରେ ସୋଲ, କନା, ବେତ ତଥା କଇଁଥ ଅଠାରେ ଚୂଳ ପ୍ରସ୍ତୁତ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ଲଗାଯାଇଥାଏ। ଚୂଳରେ ସ୍ୱର୍ଣ୍ଣରେ ନିର୍ମିତ ହୋଇଥିବା କିଆକୁ ଆଡ଼ବାଗରେ ଖୋସା ଯାଇଥାଏ। ମା’ସୁଭଦ୍ରାଙ୍କ ମସ୍ତକରେ ସୁନା କିରୀଟ ଲଗାଯାଇଥାଏ। ତିନିଠାକୁରଙ୍କ ମସ୍ତକର ଶୀର୍ଷରେ ସ୍ୱର୍ଣ୍ଣ ଚନ୍ଦ୍ରିକା ଲାଗି କରାଯାଏ। ତେବେ ଶ୍ରୀଜିଉଙ୍କର ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ଶ୍ରଦ୍ଧାଳୁଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପରିସରରେ ପୁଲିସ ମୁତୟନ ରହିଛନ୍ତି। ପଞ୍ଚୁକ ବ୍ରତ ସୋମବାରରୁ ଆରମ୍ଭ ହୋଇଥିବାବେଳେ ଶ୍ରୀମନ୍ଦିରରେ ପାଞ୍ଚଦିନ ଧରି ମହାପ୍ରଭୁଙ୍କର ପାଞ୍ଚଟି ସ୍ୱତନ୍ତ୍ର ବେଶ କରାଯାଇଥାଏ। ପ୍ରତ୍ୟେକ ଦିନ ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁ ଅଳଙ୍କାରରେ ବିଭୂଷିତ ହୋଇ ସ୍ୱତନ୍ତ୍ର ବେଶଗୁଡ଼ିକରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାଆନ୍ତି। କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ସ୍ୱତନ୍ତ୍ର ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତମାନେ ବହୁ ପୁଣ୍ୟ ଅର୍ଜନ କରିଥାଆନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories