www.samajalive.in
Monday, December 15, 2025
26.1 C
Bhubaneswar

ଚିଠି ପୁଞ୍ଜିଲାଲକୁ ଧରାଇଥିଲା-ଅରୁଣ ବୋଥ୍ରା

ସମାଜ ଡିଜିଟାଲ ଡେସ୍କ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ତତକାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ସେ କହିଛନ୍ତି ଯେ ମାମଲାରେ କେହି ପ୍ରତ୍ୟକ୍ଷ ସାକ୍ଷୀନଥିଲେ, ଯାହା କି ତଦନ୍ତ ବେଳେ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇଥିଲା । ଯେଉଁଥି ପ୍ରତ୍ୟକ୍ଷ ସାକ୍ଷୀ ନଥାନ୍ତି, ଫୋରେନସିକ୍‍ ପ୍ରମାଣ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପୁଞ୍ଜିଲାଲ ମାମଲାରେ ଫୋରେନସିକ୍‍ ପ୍ରମାଣ ତଥ୍ୟ ଦେଇଥିଲା । ସେହିପରି ବିସ୍ଫୋରକ ବାହାର କରି ଫିଙ୍ଗିଥିବା ଖୋଳ ବି ସୁରାକ୍‍ ଦେଇଥିଲା । ସେ ଯେଉଁ ଡଷ୍ଟବିନରେ ଖୋଳ ଫିଙ୍ଗିଥିଲା, ତାହା ଲ୍ୟାବରେ ମ୍ୟାଚ୍‍ ହୋଇଥିଲା । ଅନ୍ୟପଟେ ତଦନ୍ତ ବେଳେ ପୁଞ୍ଜିଲାଲ ଲେଖିଥିବା ଚିଠି ମଧ୍ୟ ଆମକୁ ବାଟ ଦେଖାଇଥିଲା । ତାର ଭାଷା ଓ ଲେଖିବା ଶୈଳୀ ଉଚ୍ଚକୋଟୀର ହୋଇଥିବାରୁ ସନ୍ଦେହ ହୋଇଥିଲା । ପରେ ଏହା ଜଣେ ଶିକ୍ଷିତ ଲୋକର କାମ ବୋଲି ସନ୍ଦେହ କରି ତଦନ୍ତ ଆଗକୁ ବଢିଥିଲା । ଆଉ ତା’ର ବୋମା ତିଆରି ପାଇଁ ଡେମୋ ଦେଖାଇବାକୁ ମନାଇଥିଲୁ । ସେ ଯାହା ବି ହେଉ କୋର୍ଟ ରାୟ ଆମ ପୁରା ଟିମକୁ ଖୁସି କରିଛି ବୋଲି ଅରୁଣ ବୋଥ୍ରା କହିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories