ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା ପ୍ରସଙ୍ଗ । ଘଟଣାରେ ୧୫୦ ଜଣଙ୍କ ନାଁରେ ଏଫ୍ଆଇଆର୍ ହୋଇଛି । ଆଇପିସି ଧାରା ୨୮୩ ଅନୁଯାୟୀ ୧୫୦ ଜଣ ଅଜଣା ଲୋକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ସୂଚନା ଅନୁଯାୟୀ ଏହି ମାମଲା ପଞ୍ଜାବର କୁଲଗଡି ଥାନାରେ ହୋଇଛି । ପୂର୍ବରୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଥିଲା । ଗୃହମନ୍ତ୍ରୀ ଏନେଇ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏବଂ ଏନେଇ ପଞ୍ଜାମ ସରକାର ମଧ୍ୟ ନିଜର ବିବୃତି ରଖିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟର ସୁରକ୍ଷାରେ କୌଣସି ତ୍ରୂଟି ହୋଇନାହିଁ ବୋଲି କହିଥିଲେ । ପୂର୍ବରୁ କେନ୍ଦ୍ର ସରକାରଙ୍କ ଏକ ଟିମ୍ ଫିରୋଜପୁର ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଥିଲେ ।
Popular Categories



