www.samajalive.in
Wednesday, December 10, 2025
23.1 C
Bhubaneswar

ପଞ୍ଜାବ ମଦ ମୃତ୍ୟୁ ଘଟଣାର ସିବିଆଇ ଓ ଇଡି ଦ୍ୱାରା ତଦନ୍ତ ଦାବି

ଚଣ୍ଡିଗଡ଼ :  ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ଘଟଣାର ସିବିଆଇ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ତଦନ୍ତ କରାଯିବାକୁ କଂଗ୍ରେସର ଦୁଇଜଣ ରାଜ୍ୟସଭା ସାଂସଦ ଦାବି କରିଛନ୍ତି। ପଞ୍ଜାବରେ ବିଷାକ୍ତ ମଦ୍ୟପାନ କରି ୧୦୮ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହି ଦୁଇଜଣ ସାଂସଦ ହେଉଛନ୍ତି ପ୍ରତାପ ସିଂହ ବଜୱା ଓ ସାମସେର୍‍ ସିଂ ଡୁଲ୍ଲୋ।
ସେମାନେ ପଞ୍ଜାବ ରାଜ୍ୟପାଳଙ୍କୁ ଭେଟି ଏହି ଘଟଣାର ସିବିଆଇ ଓ ଇଡି ଦ୍ୱାରା ତଦନ୍ତ କରାଯିବାକୁ ଦାବି କରିଛନ୍ତି। ରାଜ୍ୟରେ ଅପମିଶ୍ରିତ ମଦ ବ୍ୟବସାୟ ଅତ୍ୟନ୍ତ ଉତ୍କଟ ସ୍ତରକୁ ଚାଲିଯାଇଥିବାର ଦୁଇଜଣଯାକ ସାଂସଦ ରାଜ୍ୟପାଳଙ୍କୁ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟପାଳଙ୍କୁ ଚିଠିଲେଖି ସେମାନେ କହିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ କ’ଣ ଘଟୁଛି ସେ ସଂକ୍ରାନ୍ତରେ ସ୍ୱୟଂ ମୁଖ୍ୟମନ୍ତ୍ରୀ ବି ଅବଗତ ନୁହଁନ୍ତି। ଅବକାରୀ ବିଭାଗ ଓ ପୁଲିସ ଅଫିସରମାନଙ୍କ ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇ ସେମାନେ କହିଛନ୍ତି ଏପରିକି ଅବକାରୀ ବିଭାଗ ଓ ପୁଲିସ ବିଭାଗର
ଅଫିସରମାନେ ମଧ୍ୟ ଏ ବିଷୟରେ ସଚେତନ ନାହାନ୍ତି। ସେମାନେ କହିଛନ୍ତି ସେହିସବୁ ବିଭାଗ ଗୁଡ଼ିକ ଦ୍ୱାରା ଯେ ନିରପେକ୍ଷ ତଦନ୍ତ କରାଯିବ ଏହା ସେମାନେ ବିଶ୍ୱାସ କରୁନାହାନ୍ତି। ଗତ କିଛିଦିନ ହେଲା ବିଭିନ୍ନ ଜିଲ୍ଲାରେ ଏସଂକ୍ରାନ୍ତରେ ଏଫ୍‍ଆଇଆର୍‍ମାନ ରୁଜୁ ହୋଇଥିବା ସତ୍ତ୍ବେ ପ୍ରକୃତ ଅପରାଧୀମାନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଦୁଇ ସାଂସଦ କହିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories