www.samajalive.in
Wednesday, December 10, 2025
23.1 C
Bhubaneswar

ଜାଣନ୍ତୁ ମଙ୍ଗଳସୂତ୍ର ପିନ୍ଧିବାର ବୈଜ୍ଞାନିକ କାରଣ

ମଙ୍ଗଳସୂତ୍ର ଧାରଣ କରିବା ଏକ ପରମ୍ପରା ଭାବେ ବହୁ ପୁରାତନ ସମୟରୁ ପାଳନ ହୋଇଆସୁଛି। ମଙ୍ଗଳସୂତ୍ରକୁ ବିବାହର ଓ ସ୍ୱାମୀଙ୍କର ଏକ ପ୍ରତୀକ ବୋଲି କୁହାଯାଏ। ବିବାହ ପରେ ସଧବା ନାରୀମାନେ ମଙ୍ଗଳସୂତ୍ରକୁ ଶ୍ରଦ୍ଧାପୂର୍ବକ ଧାରଣ କରି ଥାଆନ୍ତି। ଏହା ଷୋହଳ ଶୃଙ୍ଗାର ମଧ୍ୟରୁ ଗୋଟିଏ ଅଟେ। ମାତ୍ର ଏହା କେବଳ ଏକ ଗହଣା ନୁହେଁ, ଏଥିରେ ବହୁ ଚତ୍ମକାରୀ ଓ ଲାଭଦାୟକ ଗୁଣ ମଧ୍ୟ ରହିଛି।
ମଙ୍ଗଳସୂତ୍ର ଧାରଣ କରିବାର ବୈଜ୍ଞାନିକ ମହତ୍ତ୍ୱ –
ବୈଜ୍ଞାନିକ ଦୃଷ୍ଟିକୋଣରୁ କୁହାଯାଏ ଯେ, ମଙ୍ଗଳସୂତ୍ର ସୁନା ଅଥବା ଚାନ୍ଦି ଓ କଳା ମୋତିରେ ନିର୍ମିତ ହୋଇଥାଏ। ଦୁଇଟି ଧାତୁ ଚାନ୍ଦି ଓ ସୁନା ମହିଳାଙ୍କ ହୃଦୟକୁ ସୁସ୍ଥ ରଖିଥାଏ। ଏହି ଧାତୁ କାରଣରୁ ନାରୀମାନଙ୍କ ରକ୍ତଚାପ ସଠିକ ରହିଥାଏ। ମଙ୍ଗଳସୂତ୍ରରେ ଥିବା ସୁନା ଶକ୍ତି ଓ ତେଜର ପ୍ରତୀକ। ତେଣୁ ସୁନା ଧାରଣ କରିବା ଦ୍ୱାରା ମହିଳାଙ୍କୁ ଶକ୍ତି ମିଳିଥାଏ। ମଙ୍ଗଳସୂତ୍ରରେ ଥିବା କଳା ମୋତି ବାୟୁଜନିତ ରୋଗରୁ ରକ୍ଷା କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ। ମଙ୍ଗଳସୂତ୍ର ଧାରଣ କରିବା ଦ୍ୱାରା ମହିଳାଙ୍କ ଶରୀରରେ ସକରାତ୍ମକ ଶକ୍ତି ରହିବା ସହ ସେ ନିଜକୁ ଶକ୍ତିଶଳୀ ଅନୁଭବ କରିଥାଆନ୍ତି।
ମଙ୍ଗଳସୂତ୍ରର ଧାର୍ମିକ ମହତ୍ତ୍ୱ ଓ ଏହା ସହ ଜଡ଼ିତ ମାନ୍ୟତା-
ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ବିବାହ ପରେ ମହିଳାମାନେ ବିଭିନ୍ନ ଶୃଙ୍ଗାର ଦ୍ରବ୍ୟ ବ୍ୟବହାର କରିଥାଆନ୍ତି। ଏହାସହ ବହୁ ଗହଣା ପିନ୍ଧିବାର ମଧ୍ୟ ଆବଶ୍ୟକତା ଥାଏ। ମଙ୍ଗଳସୂତ୍ର ମଧ୍ୟ ସେହି ଗହଣା ମଧ୍ୟରୁ ଗୋଟିଏ। ମଙ୍ଗଳସୂତ୍ର କଳା ମୋତି ଓ ସୁନାର ଲକେଟକୁ ନେଇ ତିଆରି କରାଯାଏ। ଏହା ଅଖଣ୍ଡ ସୌଭାଗ୍ୟର ପ୍ରତୀକ କାରଣ ନାରୀଟି ନିଜ ସ୍ୱାମୀଙ୍କ ଦ୍ୱାରା ହିଁ ବିବାହ ସମୟରେ ମଙ୍ଗଳସୁତ୍ର ପିନ୍ଧିଥାଏ। ମଙ୍ଗଳସୂତ୍ରରେ ଥିବା କଳା ମୋତି ନାରୀମାନଙ୍କୁ ନକରାତ୍ମକ ଦୃଷ୍ଟିରୁ ରକ୍ଷା କରିଥାଏ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories