ପୁଲଓ୍ୱାମା ଆକ୍ରମଣର ଶିକାର ହୋଇଥିବା ଯବାନ ଘରେ ପହଞ୍ଚିବା ବେଳେ ହେଲା ଜୋରଦାର ସ୍ୱାଗତ
![](https://samajalive.in/wp-content/uploads/2019/02/Pulwama-attack.jpg)
ଗୋରଖପୁର .. ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ସିଆରଫିଏଫ୍ କନେଷ୍ଟବଳ ଅବଦେଶ୍ କୁମାର ଚିକିତ୍ସା ପରେ ଘରେ ପହଞ୍ଚିଥିଲେ । ସେ ଘରକୁ ଫେରୁଥିବା ଶୁଣି ଗ୍ରାମବାସୀଙ୍କ ସହ ଆଖପାଖର ଲୋକ ତାଙ୍କ ଘର ନିକଟରେ ଜମା ହୋଇଥିଲେ । ସେ ନିଜ ଗାଁ ଆବାଦି ସୁଖିନ ପହଞ୍ଚିବା ସମୟରେ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କୁ ସ୍ୱାଗତ କରିଥିଲେ । ସେ ଏପରି ସ୍ୱାଗତ ସମ୍ବର୍ଦ୍ଧନା ପାଇଥିବା ଖୁସୀ ବ୍ୟକ୍ତ କରିଛନ୍ତି । ଗୁରୁବାରରେ ଏହି ଯବାନ ଜଣଙ୍କ ନିଜ ଝିଅର ଜନ୍ମ ଦିନ ମଧ୍ୟ ପାଳନ କରିଛନ୍ତି ।
![prayash](https://samajalive.in/wp-content/uploads/2024/12/prayash.jpg)
ସେ ଆକ୍ରମଣ ବିଷୟରେ କିଛି ସୂଚନା ଦେଇଥିବା ବେଲେ ନିଜ ଝିଅର ଦ୍ୱିତୀୟ ଜନ୍ମ ଦିନ ପାଳନ କରୁଥିବାରୁ ଖୁସୀ ପ୍ରକଟ କରିଛନ୍ତି । କେବଳ ସେତିକି ନୁହେଁ ସେ ଦେଶ ପାଇଁ ସଦା ସର୍ବଦା ସେବା କରିବା ସହ ପ୍ରାଣବଳୀ ଦେବା ପାଇଁ ପ୍ରସ୍ତୁତ ଥିବା କଥା କହିଛନ୍ତି ।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)