www.samajalive.in
Sunday, December 7, 2025
26.1 C
Bhubaneswar

ଜାଣନ୍ତୁ ମା’ଗୌରୀଙ୍କ ପୂଜାର ମହତ୍ୱ ଏବଂ ବିଧି

ହିନ୍ଦୁ ଧର୍ମରେ ମା’ଗୌରୀଙ୍କ ପୂଜାର ବହୁ ଗୁରୁତ୍ୱ ରହିଛି। ଏହି ପୂଜାରେ ମହିଳା ମାନେ ମାତା ପାର୍ବତୀଙ୍କ ଆରାଧନା କରନ୍ତି। ଏହା ମୁଖ୍ୟତଃ ମହାରାଷ୍ଟ୍ରରେ ଅଧିକ ପାଳିତ ହୁଏ। ପ୍ରତି ବର୍ଷ ଏହା ପ୍ରଭୁ ଗଣେଶଙ୍କ ପୂଜାର ୪ର୍ଥ କିମ୍ବା ୫ମ ଦିନରେ ପାଳନ କରାଯାଏ। ଏହି ଦିନରେ ଦେବୀଙ୍କ ଆରାଧନା କରି ପ୍ରତିଷ୍ଠା କରାଯାଏ। ଏହା ପରେ ୨ୟ ଦିନ ମୁଖ୍ୟ ପୂଜା ହୋଇଥାଏ ଓ ୩ୟ ଦିନ ମା’ଙ୍କ ବିଦାୟୀ ହୁଏ।
ଏହି ପୂଜା କରିବାର କାରଣ …..
ଗୌରୀଙ୍କ ପୂଜା ମୁଖ୍ୟତଃ ସୁଖ-ସମୃଦ୍ଧି ପାଇଁ କରାଯାଏ। ଦେବୀଙ୍କୁ ପ୍ରସନ୍ନ କରିଲେ ଘରେ ସୁଖଶାନ୍ତି ଓ ଆର୍ଥିକ କ୍ଷେତ୍ରରେ ବହୁ ଶୁଭ ଫଳ ମିଳିଥାଏ। ଦାମ୍ପତ୍ୟ ଜୀବନ ସୁୁଦୃଢ ଏବଂ ହସଖୁସିରେ ଭରିବା ସହ ଏଥିରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। ଏହି ପୂଜା କରିବା ଦ୍ୱାରା କନ୍ୟା ମାନଙ୍କୁ ଯୋଗ୍ୟ ଓ ମନ ପସନ୍ଦର ଜୀବନ ସାଥି ମିଳିଥାଏ।
ପୂଜାର ବିଧି …..
ପ୍ରଥମେ ପ୍ରଭୁ ଗଣେଶଙ୍କୁ ଆରାଧନା କରାଯାଏ। ତାଙ୍କୁ ପ୍ରଥମେ ଗଙ୍ଗା ଜଳରେ ସ୍ନାନ କରାଯାଇଥାଏ। ଏହା ପରେ ପଞ୍ଚାମୃତରେ ଓ ପୁଣି ଗଙ୍ଗା ଜଳରେ ସ୍ନାନ କରାଇ ସଫା ବସ୍ତ୍ର ପିନ୍ଧାଯାଏ।
ଏହା ପରେ ମା’ ଗୌରୀଙ୍କୁ ସ୍ଥାପନ କରି ସ୍ନାନ କରାଇ, ନୂତନ ବସ୍ତ୍ର ପିନ୍ଧାଇ ଯଥାପୂର୍ବକ ଦୀପ, ଧୂପ, ଫଳ ଓ ଭୋଗ ଅର୍ପଣ କରିବା ଉଚିତ। ଆଶୀର୍ବାଦ କାମନା କରି ମା’ଙ୍କ ନିକଟରେ ଧ୍ୟାନ କରିବା ଆବଶ୍ୟକ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories