www.samajalive.in
Saturday, December 6, 2025
14.1 C
Bhubaneswar

ଶରୀର ପାଇଁ ପୁଦିନା ପତ୍ରର ବ୍ୟବହାର

ପୁଦିନା ପତ୍ରର ବ୍ୟବହାର ପ୍ରତ୍ୟେକ ଘରେ କରାଯାଇଥାଏ । ଚଟଣି ତିଆରି କରିବା ପାଇଁ ଗୃହିଣୀମାନେ ପୁଦିନା ପତ୍ରକୁ ବ୍ୟବହାର କରିଥାନ୍ତି । ଖାଲି ସ୍ୱାଦ ପାଇଁ ନୁହେଁ, ପେଟ ଜନିତ ସମସ୍ୟାକୁ ମଧ୍ୟ ପୁଦିନାର ଜୁସ୍‌ ଦୂର କରିଥାଏ । ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ, କ୍ୟାଲ୍‌ସିୟମ, ଫସ୍‌ଫରସ୍‌ ଏବଂ ଭିଟାମିନ୍‌ ସି ଭଳି ପୋଷକ ତତ୍ତ୍ୱ ଭରପୂର ପରିମାଣରେ ରହିଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ସୁସ୍ଥ ରଖିଥାଏ । ପୁଦିନା ପତ୍ର ଶରୀରକୁ ସୁସ୍ଥ ରଖିବା ସହ ମୁହଁକୁ ମଧ୍ୟ ସତେଜ ରଖିଥାଏ । ଏହାସହ ଚର୍ମ ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ।

ଧୂଳି ଏବଂ ପ୍ରଦୂଷଣ ଯୋଗୁଁ ବେକ କଳା ହୋଇ ଯାଇଥିଲେ ଏହି ଦାଗକୁ ଦୂର କରିବା ପାଇଁ ପୁଦିନା ପାଣି ବ୍ୟବହାର କରନ୍ତୁ। ଏହା ଏକ ନ୍ୟାଚୁରାଲ ଟୋନର ପରି କାର୍ଯ୍ୟ କରିଥାଏ। ପୁଦିନା ପତ୍ରକୁ ଗରମ ପାଣିରେ ପକାଇ କିଛି ସମୟ ଫୁଟାଇ ଦିଅନ୍ତୁ। ତାପରେ ତାକୁ ଥଣ୍ଡା ହେବା ପର୍ଯ୍ୟନ୍ତ ରଖି ଦିଅନ୍ତୁ। ପାଣି ଥଣ୍ଡା ହୋଇଯିବା ପରେ ତାକୁ ଏକ ତୂଳା ସାହାଯ୍ୟରେ ବେକରେ ଲଗାଇ କିଛି ସମୟ ପର୍ଯ୍ୟନ୍ତ ଲଗାଇ ଦିଅନ୍ତୁ। ଦୁଇ ସପ୍ତାହ ଏପରି କରିବା ଦ୍ବାରା ବେକ ମୂଳରୁ କଳା ଦାଗ ଲିଭିବାର ଦେଖିବେ।

- Advertisement -

ପୁଦିନା ପତ୍ରରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୂର ମାତ୍ରାରେ ରହିଛି। ପୁଦିନା ପତ୍ରକୁ କିଛି ସମୟ ପାଣିରେ ପକାଇ ଫୁଟାନ୍ତୁ। ସେଥିରେ କେଶକୁ ଧୂଅନ୍ତୁ। ଏପରି କରିବା ଦ୍ବାରା କେଶ ଝଡିବା ସମସ୍ୟା ଦୂର ହୋଇଯିବ।

ବେଳେବେଳେ ଅନେକଙ୍କ ଶରୀରରୁ ଅଧିକ ଝାଳ ବାହାରି ଦୁର୍ଗନ୍ଧ ହୋଇଥାଏ। ଗାଧୋଇବା ସମୟରେ ପାଣିରେ ପୁଦିନା ପତ୍ର ପକାଇ ଗାଧୋଇବା ଦ୍ବାରା ଏପରି ସମସ୍ୟା ଦୂର ହୋଇଥାଏ। ଏହାସହ ଆପଣ ଦିନସାରା ସତେଜ ଅନୁଭବ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories