ଭବାନୀପାଟଣା : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଭିଜିଲାନ୍ସ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର। ପୋଲିସ ଏସଆଇ ମଳୟ ରଣାଙ୍କ ଏକ ପୁରୁଣା ମାମଲାର ରଫାଦଫା କରିବା ପାଇଁ ସେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ଭବାନୀପାଟଣା ସହରରର ରାଧାକୃଷ୍ଣନଗର ସ୍ଥିତ ତାଙ୍କ ବାସଭବନରେ ଆଜି ସକାଳେ ସେ ଏହି ଲାଞ୍ଚ ବାବଦ ଟଙ୍କା ଗ୍ରହଣ କରୁଥିବା ବେଳେ କଟକରୁ ଆସିଥିବା ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।
Popular Categories



