www.samajalive.in
Tuesday, December 9, 2025
15.1 C
Bhubaneswar

‘ଉତ୍ତମ ବ୍ୟବସାୟିକ ବାତାବରଣ ଓ ଖାଉଟିମାନଙ୍କ ସୁରକ୍ଷା ମଧ୍ୟରେ ସମତୁଲ ରହିବା ଆବଶ୍ୟକ’

ଭୁବନେଶ୍ୱର: କେନ୍ଦ୍ର ସରକାର ବ୍ୟବସାୟ କ୍ଷେତ୍ରରେ ଉତ୍ତମ ବାତାବରଣ ସୃଷ୍ଟି କରିବା ପାଇଁ ବୈଧ ମାପବିଜ୍ଞାନ ଅଧିନିୟମରେ ଦ୍ୱିତୀୟ ଓ ପରବର୍ତ୍ତୀ ଅପରାଧ ପାଇଁ ଉଦ୍ଦିଷ୍ଟ ଦଣ୍ଡବିଧାନରେ ସଂସ୍କାର ଆଣିବା ନିମନ୍ତେ ପ୍ରଚେଷ୍ଟା କରୁଥିବାବେଳେ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ ଏବଂ ଖାଉଟିର ସୁରକ୍ଷା ମଧ୍ୟରେ ସମତୁଲ ରକ୍ଷା କରିବା ଆବଶ୍ୟକ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।


ଶୁକ୍ରବାର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୂଷ ଗୋୟଲଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ବୈଧ ମାପବିଜ୍ଞାନ ଅଧିନିୟମରେ ସଂଶୋଧନ ନିମନ୍ତେ ବିଭିନ୍ନ ରାଜ୍ୟର ସଂପୃକ୍ତ ମନ୍ତ୍ରୀ ଓ ସଚିବମାନଙ୍କ ସହିତ ଆଲୋଚନା ହୋଇଥିଲା। ଆଲୋଚନାରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଗତ କିଛି ବର୍ଷରେ କେନ୍ଦ୍ର ସରକାର ବ୍ୟବସାୟ କ୍ଷେତ୍ରରେ ଉତ୍ତମ ବାତାବରଣ ସୃଷ୍ଟି ନିମନ୍ତେ କମ୍ପାନୀ ଆଇନ ଓ ନିଗୋସିଏବୁଲ ଇନ୍‌ଷ୍ଟ୍ରୁମେଣ୍ଟ ଆଇନରେ ସଂସ୍କାର ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି। ତେବେ ଖାଉଟିର ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ବୈଧ ମାପବିଜ୍ଞାନ ଅଧିନିୟମରେ ଅପରାଧିକ କାର୍ଯ୍ୟରୁ ନିବୃତ୍ତି ନିମନ୍ତେ ଦଣ୍ଡବ୍ୟବସ୍ଥାର ଆବଶ୍ୟକତା ରହିଛି। କେବଳ ଆର୍ଥିକ ଜରିମାନା ଦ୍ୱାରା ଅସାଧୁ ବ୍ୟବସାୟିକ କାର୍ଯ୍ୟକଳାପକୁ ରୋକି ହେବ ନାହିଁ। ଗୌଣ ଅପରାଧ ନିମନ୍ତେ ଆଇନ୍‌ରେ ସଂସ୍କାରର ଆବଶ୍ୟକତା ଥିବାବେଳେ ଦ୍ୱିତୀୟ ଥର ଓ ପରବର୍ତ୍ତୀ ଅପରାଧିକ କାର୍ଯ୍ୟକଳାପ ନିମନ୍ତେ ଜେଲଦଣ୍ଡର ବ୍ୟବସ୍ଥା ରହିବା ଉଚିତ। ଏହି ପରିପ୍ରେକ୍ଷୀରେ ଅସାଧୁ, ଠକାମି ଓ ଜାଲ କାରବାର ସଂପର୍କିତ ଦ୍ୱିତୀୟ ଅପରାଧ ନିମନ୍ତେ ଜେଲ୍‌ଦଣ୍ଡର ବ୍ୟବସ୍ଥା ରହିବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଜେଲଦଣ୍ଡର ଭୟ ଅନେକଙ୍କୁ ଅପରାଧିକ କାର୍ଯ୍ୟକଳାପରୁ ନିବୃତ୍ତ କରିବାରେ ସକ୍ଷମ ହୋଇପାରୁଛି। କଠୋର ଦଣ୍ଡବିଧାନର ଭୟ ନରହିଲେ ବ୍ୟବସାୟୀର ବାରମ୍ବାର ଅପରାଧ କରିବାର ପ୍ରବୃତ୍ତି ରହିବ।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଖାଉଟିମାନଙ୍କର ସୁରକ୍ଷା ନିମନ୍ତେ ନୂତନ ଖାଉଟି ସୁରକ୍ଷା ଆଇନ, ୨୦୧୯ର ପ୍ରଣୟନ କରାଯାଇଛି । ତେବେ ଉତ୍ତମ ବ୍ୟବସାୟିକ ବାତାବରଣ ସୃଷ୍ଟି ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ବୈଧ ମାପବିଜ୍ଞାନ ଅଧିନିୟମ ଆଇନ୍‌ ସଂଶୋଧନ ନିମନ୍ତେ ଗୌଣ ଅପରାଧ ସଂପର୍କିତ ଅନେକ ପ୍ରସ୍ତାବ ସହିତ ରାଜ୍ୟ ସରକାର ସହମତ ଥିଲେ ମଧ୍ୟ ଦ୍ୱିତୀୟ ଥର ଏବଂ ପରବର୍ତ୍ତୀ ଅପରାଧ ନିମନ୍ତେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରଖିବାର ଆବଶ୍ୟକତା ରହିଛି। ବୈଠକରେ ସମସ୍ତ ରାଜ୍ୟର ବଭାଗୀୟ ମନ୍ତ୍ରୀ ଓ ସଚିବବୃନ୍ଦଙ୍କ ସମେତ କେନ୍ଦ୍ର ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories