www.samajalive.in
Thursday, December 11, 2025
18.1 C
Bhubaneswar

ପୁଷ୍କର ସିଂହ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡ଼େରାଡୁନ : ପୁଷ୍କର ସିଂହ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ। ଶନିବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଧାମିଙ୍କୁ ଦଳର ନେତା ଭାବେ ମନୋନୀତ କରାଯାଇଛି। ୪୫ ବର୍ଷ ବୟସ୍କ ଧାମି ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ।  ୨ ଥରର ବିଧାୟକ ଥିବା ଧାମି ପୂର୍ବରୁ କେବେ ମନ୍ତ୍ରୀ ମଧ୍ୟ ହୋଇନାହାନ୍ତି । ତୀରଥ ସିଂହ ରାୱତଙ୍କ ସ୍ଥାନରେ ପୁଷ୍କର ସିଂହ ଧାମି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଗତକାଲି ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଖଟିମା ଆସନରୁ ବିଧାୟକ ଅଛନ୍ତି ପୁଷ୍କର ସିଂହ ଧାମି। ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମି।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ଡ଼ି. ପୁରନ୍ଦେଶ୍ବରୀ ଆଜି ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଯୋଗ ଦେଇଥିଲେ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories