www.samajalive.in
Saturday, December 6, 2025
17.1 C
Bhubaneswar

ଓଡ଼ିଶା ପବ୍ଲିକ ଲାଇବ୍ରେରୀ ଫଣ୍ଡ ପାଇଁ ପ୍ରମୁଖ ସଚିବଙ୍କ ଅର୍ଥ ଦାନ

ଭୁବନେଶ୍ୱର:ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଶା ପବ୍ଲିକ ଲାଇବ୍ରେରୀ ଫଣ୍ଡକୁ ବ୍ୟକ୍ତିଗତ ଭାବେ ୨୦ ହଜାର ଟଙ୍କା ଚେକ୍‌ ଆକାରରେ ଦାନ କରିଛନ୍ତି । ଏହି ଚେକ୍‌କୁ ସେ ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ ସନ୍ତୋଷ ଚାଟାର୍ଜୀଙ୍କୁ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ଏହି ପବ୍ଲିକ ଲାଇବ୍ରେରୀ ଫଣ୍ଡକୁ ଦାନ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୦୧ ମସିହାରେ ସରକାର ପବ୍ଲିକ ଲାଇବ୍ରେରୀ ଅଧିନିୟମ୨୦୧୧ ପ୍ରଣୟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୬ ମସିହାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପବ୍ଲିକ୍‌ ଲାଇବ୍ରେରୀ ରୁଲସ୍‌ କରାଯାଇ ତାକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା। ଇତିମଧ୍ୟରେ ରାଜ୍ୟସ୍ତରରେ ଓଡ଼ିଶା ପବ୍ଲିକ ଲାଇବ୍ରେରୀ କାଉନସିଲ ଗଠନ ହୋଇସାରଛି । ଅନୁରୂପ ଭାବେ ଜିଲ୍ଲାସ୍ତରରେ କମିଟି ଗଠନ କରିବା ନିମନ୍ତେ ବିଭାଗ ତରଫରୁ ଜିଲ୍ଲାପାଳମାନଙ୍କୁ ପତ୍ରାଳାପ କରାଯାଇଛି। ତେବେ ଆଜି ସୁଦ୍ଧା କେବଳ ୩ ଗୋଟି ଜିଲ୍ଲାରେ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି। ଏହି ଲାଇବ୍ରେରୀ ଫଣ୍ଡ ନାମରେ ଏକ କର୍ପସ ଫଣ୍ଡ ଗଠନ କରାଯାଇ ପ୍ରାପ୍ତ ସୁଧ ଅର୍ଥରେ
ପାଠାଗାରର ସଂସ୍ଥାପନା ପରିଚାଳନା ଓ ବିକାଶ ନିମନ୍ତେ ବିନିଯୋଗ କରାଯିବ। ଏଥିସହିତ ଗ୍ରନ୍ଥାଗାରୀକଙ୍କ ପାରିଶ୍ରମିକ, ସେମିନାର, ପୁସ୍ତକମେଳା, ତାଲିମ କାର୍ଯ୍ୟକ୍ରମ ପ୍ରଭୃତିର ଆୟୋଜନ
ସକାଶେ ଖର୍ଚ୍ଚ କରାଯିବ । ଏହି ଲାଇବ୍ରେରୀ ଫଣ୍ଡ ପାଇଁ ବିଧାୟକ/ ସାଂସଦ/ ପ୍ରବାସୀ ଭାରତୀୟ/ କର୍ପୋରେଟ ହାଉସ/ ବଦାନ୍ୟ ବ୍ୟକ୍ତିମାନଙ୍କଠାରୁ ଦାନ ଗ୍ରହଣ କରିବାର ଏହି ଅଧିନିୟମରେ ବ୍ୟବସ୍ଥା ରହିଛି। ଆଜି ଚେକ୍‌ ପ୍ରଦାନ ବେଳେ ପ୍ରମୁଖ ସଚିବ କହିଥିଲେ ଯେ ଏହି ସାର୍ବଜନୀନ ଲାଇବ୍ରେରୀକୁ ସୁଦୃଢ଼ୀକରଣ କରିବା ନିମନ୍ତେ ବଦାନ୍ୟ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଓ କର୍ପୋରେଟ ହାଉସଗୁଡ଼ିକ ସହଯୋଗ ଯୋଗାଇ ଦେବା ଆବଶ୍ୟକ। ଏଥିପାଇଁ ସେ ସମସ୍ତଙ୍କୁ ନିବେଦନ କରିବେ ବୋଲି ଜଣାଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories