ଭୁବନେଶ୍ଵର: ରୋଗ ତୁଳନାରେ ରୋଗ ପ୍ରତି ମନରେ ସୃଷ୍ଟି ହେଉଥିବା ଭୟ ଅଧିକ ବିପଜ୍ଜନକ। ଏବେ କରୋନା ଭୂତାଣୁର ପ୍ରକୋପ ସାରା ବିଶ୍ଵକୁ ଦୋହଲାଇ ଦେଇଛି। ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଲକ୍ଷାଧିକ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେଣି। କିନ୍ତୁ ଲୋକଙ୍କ ମନରୁ ଭୟ ଦୂର ହୋଇନାହିଁ। ତେବେ ଜଣେ କରୋନା ସଂକ୍ରମିତଙ୍କ ପରାମର୍ଶ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି, ଯେଉଁଥିରେ ସେ ଜନସାଧାରଣଙ୍କୁ ପରାମର୍ଶ ଦେଉଛନ୍ତି, କରୋନାକୁ ଡରନ୍ତୁ ନାହିଁ, ସତର୍କ ରୁହନ୍ତୁ।
ଏହି ସଂକ୍ରମିତ ଜଣକ କୁହନ୍ତି, ସେ କୋରନାରେ ପୀଡିତ ହେବା ପରେ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିଛନ୍ତି। ଜନ ସାଧାରଣଙ୍କୁ ସେ ଗୋଟିଏ ନିବେଦନ କରିଛନ୍ତି, ରୋଗକୁ ଭୟ କରନ୍ତୁ ନାହିଁ। ରୋଗୀକୁ ଘୃଣା କରନ୍ତୁ ନାହିଁ। ମାସ୍କ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁ। ଏବେ ବି ଟାଟା କୋଭିଡ୍ ମେଡିକାଲରେ ବହୁ ଛୋଟ ଛୋଟ ସମସ୍ୟା ରହିଛି। ତାହାକୁ ଦୂର କରିବା ପାଇଁ ସେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ସମସ୍ତେ ସ୍ୱର ଉଠାନ୍ତୁ, ସମସ୍ୟା ଦୂର ହେବ। କରୋନକୁ ଜିତିବା ବୋଲି ସେ କହିଛନ୍ତି।
https://www.facebook.com/100004577316472/posts/1628294880666407/?sfnsn=wiwspmo



