www.samajalive.in
Monday, December 15, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜନଶୁଣାଣୀ ଶିବିର

ଆଠଗଡ : ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ୍ରମେ ଆଠଗଡ ଏନ୍ଏସି ପକ୍ଷରୁ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଠଗଡ ଏନ୍ଏସି ଉପାଧ୍ୟକ୍ଷ ଵି.ଶୁଭ୍ରଶଙ୍କର ଜ୍ୟୋତି ଅଧ୍ୟକ୍ଷତା କରିଥିଲେ। ରାଜ୍ୟସରକାରଙ୍କ ଦ୍ଵାରା ନିଯୁକ୍ତ ସ୍ଵତନ୍ତ୍ର ସୁବିଧା ସଂସ୍ଥା (ଆଇଏଫ୍ଏ) ଲାଇଫ ଏକାଡେମୀ ଅଫ ଭୋକେସନାଲ ଷ୍ଠଡିଜ୍(ଲାଭ୍ସ) ଆନୁକୂଲ୍ୟରେ ପରିଚାଳିତ ଏହି ଜନଶୁଣାଣୀ ଶିବିରରେ ସଂସ୍ଥାର ସଭ୍ୟ ରାମେଶ୍ଵର ସାହୁ, ବଂଶୀଧର ଷଡ଼ଙ୍ଗୀ, ଶୁଭ୍ରଜିତ୍ ରଥ ପ୍ରମୁଖ ଯୋଗଦେଇ ୨୦୧୭-୧୮ବର୍ଷରେ ଆଠଗଡ ଏନ୍ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସମ୍ପୂର୍ଣ୍ଣ  ହୋଇ ପାରିନଥିବା କାର୍ଯ୍ୟାଦେଶ ଗୁଡିକର କାରଣ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଶିବିରରେ କାଉନସିଲର ମମତାମୟୀ ସେଠୀ, ମାମିନା ଦଳେଇ, ପୂର୍ଣ୍ଣିମା ବେହେରା, ଅଶୋକ ଵାରିକ ପ୍ରମୁଖ ଯୋଗଦେଇ ନିଜ  ଅଞ୍ଚଳର ହିତାଧିକାରୀ ମାନେ ସମ୍ମୁଖୀନ ହେଉଥିବା ସମାସ୍ୟା ଗୁଡିକୁ ଉପସ୍ଥାପନା କରିଥିଲେ । ସେହିପରି ଵହୁ ସଂଖ୍ୟାରେ ହିତାଧିକାରୀ ଯୋଗଦେଇ ସମ୍ମୁଖୀନ ହେଉଥିବା ସମାସ୍ୟାକୁ ଅବଗତ କରାଇଥିଲେ। ବୁଧବାରଠାରୁ ଆରମ୍ଭ ହୋଇ ଦୁଇ ଦିନ ଧରି ଚାଲିଥିବା ଏହି ଜନଶୁଣାଣୀ ଶିବିର ପୂର୍ବରୁ ପ୍ରଥମେ ସାହିବସ୍ତି ଅଞ୍ଚଳରେ ଵୁଲି ସଂସ୍ଥାର କର୍ମକର୍ତ୍ତା ଆବାସ ଯୋଜନାଗୁଡ଼ିକ ଵୁଲି ଦେଖିଥିଲେ । ମିଳିଥିବା ଆପତ୍ତି, ଅଭିଯୋଗ, ଅନୂଭତି ସଵୁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବେ ଵୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଆଠଗଡ ଏନ୍ଏସିର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୋଡାଲ ଅଧିକାରୀ ନିରଞ୍ଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ଶିବିରରେ ଆଠଗଡ ଏନ୍ଏସିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories