www.samajalive.in
Sunday, December 14, 2025
19.1 C
Bhubaneswar

ସରିଲା ଏନଆଇଏନଏଲ ସଂପ୍ରସାରଣ ପାଇଁ ଜନଶୁଣାଣି- ମତ ରଖିଲେ ସ୍ଥାନୀୟ ଅଧିବାସୀ

କଳିଙ୍ଗନଗର : ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ପ୍ରସ୍ତାବିତ ସଂପ୍ରସାରଣର ପରିବେଶ ମଞ୍ଜୁରୀ ପାଇଁ ଆଜି ଜନଶୁଣାଣି ଶେଷ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଳିଙ୍ଗନଗର ଜେସିଡି-ଏନଆଇଏମଜେଡ କାର୍ଯ୍ୟଳୟଠାରେ ଆୟୋଜିତ ଏହି ଜନଶୁଣାଣିରେ ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀ ଯୋଗଦେଇ ମତ ରଖିଥିଲେ।

ଜନଶୁଣାଣିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ (କଳିଙ୍ଗନଗର) ଶ୍ରୀ ସପନ କୁମାର ନନ୍ଦ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା, ଯାଜପୁର ଆଂଚଳିକ ଅଧିକାରୀ, ଶ୍ରୀ ମଦନ ମୋହନ ସାହୁ, ସମସ୍ତ ଜନପ୍ରତିନିଧି, ବୁଦ୍ଧିଜୀବୀ, ସ୍ଥାନୀୟ ଅଧିବାସୀମାନେ ସାମିଲ ହୋଇଥିଲେ। ଏନଆଇଏନଏଲ ସିଏଫଓ ସଂଜୀବ କୁମାର ଘୋଷ ଜନଶୁଣାଣି ଆରମ୍ଭରୁ କାରଖାନା ସଂପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ। ସ୍ଥାନୀୟ ଲୋକଙ୍କ ମତାମତ ଶୁଣିବା ପରେ ଏନଆଇଏନଏଲ ଏମଡି ତଥା ସିଇଓ ସୁଧୀର କୁମାର ମେହତା ତାଙ୍କ ମନ୍ତବ୍ୟ ରଖିଥିଲେ।

- Advertisement -

ଏବେ କାରଖାନାରେ ଉପଲବ୍ଧ ଉତ୍ପାଦନ କ୍ଷମତା ୦.୯୮୧ ଏମଟିପିଏରୁ ୯.୫ ଏମଟିପିଏ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଏନଆଇଏନଏଲର ସଂପ୍ରସାରଣ କରାଯିବ। ଏହି ଆଭ୍ୟନ୍ତରୀଣ ପ୍ଲାଂଟ ସମ୍ପ୍ରସାରଣ ପାଇଁ କୌଣସି ଅତିରିକ୍ତ ଜମିର ଆବଶ୍ୟକତା ନାହିଁ । ଆଗାମୀ କିଛି ବର୍ଷ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଏହି ସମ୍ପ୍ରସାରଣ କରାଯିବ। ଏଥିରେ କଂଚାମାଲ ପରିଚାଳନା, କୋକ ପ୍ଲାଂଟ, ସିଂଟର ପ୍ଲାଂଟ, ବ୍ଲାଷ୍ଟ ଫର୍ଣ୍ଣେସ, ଷ୍ଟିଲ ମେଲଟିଂ ସପ ଏବଂ ରିବାର ଓ ଓୟାର ରଡ୍ ମିଲ୍ ଆଦି ରହିବ।

ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍ ଲିମିଟେଡ୍ ଜୁଲାଇ ୨୦୨୨ରେ ଏନଆଇଏନଏଲ୍ କୁ ଅଧିଗ୍ରହଣ କରିଥିଲା। ଅଧିଗ୍ରହଣର ୧୦୦ ଦିନ ମଧ୍ୟରେ କାରଖାନା କାର୍ଯ୍ୟକ୍ଷମ ହୋଇଥିଲା। ୯ ମାସ ମଧ୍ୟରେ ଡିଜାଇନ୍ କ୍ଷମତା ବୃଦ୍ଧି କରାଯାଇଥିଲା। କାରଖାନା ଆରମ୍ଭ କରିବା ପୂର୍ବରୁ ସମସ୍ତ ପରିବେଶ ଉପକରଣର ପୁନରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଯାଇ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ESP, ସାଇକ୍ଳୋନ ସେପାରେଟର, ଡ୍ରାଏ ଫଗ ସିଷ୍ଟମ, ବ୍ୟାଗ ଫିଲ୍ଟର, ୱାଟର ସ୍ପ୍ରିଙ୍କଲିଂ ସିଷ୍ଟମ୍ ଭଳି ଅତ୍ୟାଧୁନିକ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ ଯୋଗାଇ ଦିଆଯାଇଥିଲା। କୋକ ଓଭେନ୍ ଗ୍ୟାସ୍‌, ବିଏଫ୍ ଗ୍ୟାସ୍ ଏବଂ ବିଓଏଫ୍ ଗ୍ୟାସ୍‌ର ଗ୍ୟାସ ବାଇ ପ୍ରଡକ୍ଟସ ସଫା କରିବା ପାଇଁ ସ୍କ୍ରବର ଭିତିକ ଗ୍ୟାସ୍ ସଫେଇ ପ୍ଲାଂଟ ଯୋଗାଇ ଦିଆଯାଇଥିଲା । ବାୟୁର ଗୁଣବତ୍ତା ଏବଂ ଷ୍ଟେକ୍ ନିର୍ଗମନର ଗୁଣବତ୍ତା ଅନଲାଇନ୍ ମନିଟରିଂ ପାଇଁ ନିରନ୍ତର ପରିବେଶ ମନିଟରିଂ ସିଷ୍ଟମ୍ ପ୍ରଦାନ କରାଯାଇଛି।

ସେହିପରି କୋକ ପ୍ଲାଂଟ୍ ଏଫ୍ଲୁଏଂଟ୍ ଟ୍ରିଟମେଂଟ୍ ପ୍ଲାଂଟ୍ (ଇଟିପି)ର କାର୍ଯ୍ୟଦକ୍ଷତା ଏବଂ ପ୍ଲାଂଟ୍ ପରିସରରୁ ଜଳ ନିଷ୍କାସନର ରିୟଲ ଟାଇମ୍ ଭିତ୍ତିରେ ତଦାରଖ ପାଇଁ ଏଫ୍ଲୁଏଂଟ୍ କ୍ୱାଲିଟି ମନିଟରିଂ ସିଷ୍ଟମ (ଇକ୍ୟୁଏମ୍‌ଏସ୍‌) ସ୍ଥାପନ କରାଯାଇଛି।
ଏହାଛଡା ଜେଡ୍‌, ବ୍ଲାସ୍ଟ ଫର୍ଣ୍ଣେସ୍ ଏବଂ ଏସ୍‌ଏମ୍‌ଏସ୍‌ ଫ୍ୟୁମ୍ ଏକ୍ସଟ୍ରାକ୍ସନ୍ ସିଷ୍ଟମ୍ ଇତ୍ୟାଦି ଇନଷ୍ଟଲ କରିବାକୁ କମ୍ପାନୀ ଯୋଜନା କରୁଛି, ଯାହାଦ୍ୱାରା କାରଖାନା ଓ ଏହାର ଆଖପାଖ ପରିବେଶ ସ୍ଵଚ୍ଛ, ନିର୍ମଳ ରହିବ।

ଟାଟା ଷ୍ଟିଲ ନୀଳାଚଳ ଇସ୍ପାତ ନିଗମ ଲିମିଟେଡକୁ ଅଧିଗ୍ରହଣ କରିବା ପରେ ସିଏସଆର କାର୍ଯ୍ୟକଳାପକୁ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ସମନ୍ୱିତ କରାଯାଉଛି। କାରଖାନାର ଆଖପାଖ ଅଞ୍ଚଳରେ ଜୀବିକା, ଶିକ୍ଷା, ଦକ୍ଷତା, ଶୁଦ୍ଧ ପାନୀୟ ଜଳ, କ୍ରୀଡ଼ା, ସ୍ୱାସ୍ଥ୍ୟ ସେବା ଇତ୍ୟାଦିକୁ ନେଇ ବିଭିନ୍ନ ସାମାଜିକ-ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ମାର୍ଚ୍ଚ ୨୦୨୪ରୁ ମେ ୨୦୨୪ ମଧ୍ୟରେ ପ୍ଲାଣ୍ଟର ବେସଲାଇନ୍ ପରିବେଶ ତଥ୍ୟ ପ୍ରସ୍ତୁତ କରାଯାଇ ପ୍ରସ୍ତାବିତ ପ୍ରକଳ୍ପ ସ୍ଥଳର ପରିଧିଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନ/ ଗ୍ରାମରେ ନିର୍ଦ୍ଦିଷ୍ଟ ଲଘୁ-ପାଣିପାଗ ବିଜ୍ଞାନ, ପରିବେଶ ବାୟୁ ଗୁଣବତ୍ତା, ଭୂତଳ ଜଳର ଗୁଣବତ୍ତା, ଭୂପୃଷ୍ଠ ଜଳର ଗୁଣବତା, ଶବ୍ଦ ସ୍ତର ନିରୀକ୍ଷଣ, ମୃତ୍ତିକା ନିରୀକ୍ଷଣ କରାଯାଇଥିଲା। ଏ ସମ୍ପର୍କିତ ବିସ୍ତୃତ ରିପୋର୍ଟ ମଧ୍ୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପ୍ରଦାନ କରାଯାଇଛି।

ପ୍ରସ୍ତାବିତ ସମ୍ପ୍ରସାରଣ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ପରିକଳ୍ପନା କରାଯାଇଛି, ଯାହା ପ୍ଲାଂଟ ଅପରେସନସ୍ତରରୁ ଆବଶ୍ୟକ ବାୟୁ ନିର୍ଗମନ ଏବଂ ଶବ୍ଦ ସ୍ତରମାନ ପୂରଣ କରିବ। କାରଖାନାରେ ଉତ୍ପାଦିତ ବର୍ଜ୍ୟଜଳକୁ ସାଧାରଣ ଏଫ୍ଲୁଏଂଟ ଟ୍ରିଟମେଂଟ ପ୍ଲାଂଟ (ଇଟିପି)ରେ ବିଶୋଧନ କରାଯାଇ ପୁନଃବ୍ୟବହାର କରାଯିବ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories