www.samajalive.in
Friday, December 12, 2025
26.1 C
Bhubaneswar

ସ୍ମାର୍ଟ ଫୋନରେ ପିୟୁବିଜି ଖେଳ ଖେଳି ନାବାଳକର ମୃତ୍ୟୁ

ନିମୁଚ : ମଧ୍ୟପ୍ରଦେଶର ନିମୁଚ ଜିଲାରେ ଜଣେ ନାବାଳକ ନିଜ ସ୍ମାର୍ଟ ଫୋନରେ କ୍ରମାଗତ ୬ଘଣ୍ଟା ଧରି ପିୟୁବିଜି ଖେଳ ଖେଳିବା ପରେ ହୃଦ୍‌ଘାତରେ ପ୍ରାଣ ହରାଇଛି। ମୃତ ବାଳକଟି ହେଉଛି ଫରକାନ କ୍ୟୁରେସି (୧୬)। ଫରକାନର ବାପା ହାରୁନ ରସିଦ କହିବା ଅନୁଯାୟୀ ମେ ୨୮ ତାରିଖରେ ଏହି ଘଟଣା ଘଟିଛି। ସୋମବାର ସନ୍ଧ୍ୟାରୁ ଫରକାନ ଅନଲାଇନ ଗେମ ପ୍ଲେୟାର୍ସ ଅନନୋନ୍ ବ୍ୟାଟଲଗ୍ରାଉଣ୍ଡ (ପିୟୁବିଜି) ଖେଳ ଆରମ୍ଭ କରିଥିଲା। ସେ କ୍ରମାଗତ ୬ଘଣ୍ଟା ଧରି ଏହି ଖେଳ ଖେଳିଥିଲା। ଖେଳ ସମୟରେ ଫରକାନ ‘ବ୍ଲାଷ୍ଟ ଇଟ, ବ୍ଲାଷ୍ଟ ଇଟ୍’ ପାଟି କରୁଥିବା ତାଙ୍କ ବାପା କହିଛନ୍ତି। ଖେଳରେ ଫରକାନର ଚରିତ୍ର ହାରିଯାଇଥିଲା। ଫଳରେ ଫରକାନର ହୃଦ୍‌ଘାତ ହୋଇଥିଲା। ପରିବାର ଲୋକ ତାକୁ ଡାକ୍ତରଖାନା ନେଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଫରକାନର ହୃଦ୍‌କ୍ରିୟା ସକ୍ରିୟ କରିବା ପାଇଁ ଡାକ୍ତର ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ। ଏହି ଖେଳ ଦ୍ବାରା ପିଲାମାନଙ୍କ ଆବେଗ ଓ ଉତ୍ତେଜନା ଏତେ ବଢିଯାଇଥାଏ ଯେ ସେମାନେ ହୃଦ୍‌ଘାତର ଶିକାର ହୋଇଥାନ୍ତି। ତେଣୁ ଏପରି ଅନଲାଇନ ଖେଳରୁ ପିଲାମାନଙ୍କୁ ଦୂରେଇ ରଖିବା ଦରକାର ବୋଲି ଡାକ୍ତର କହିଛନ୍ତି। ପୁଅର ଏହି ମୃତ୍ୟୁ ସମ୍ପର୍କରେ ଅଭିଯୋଗ ହୋଇ ନଥିବା ପୁଲିସ କହିଛି। ତେଣୁ ଏହାର ତଦନ୍ତ କରାଯାଇ ନାହିଁ। ଗୁଜରାଟର କେତେକ ସହରରେ ପୁଲିସ ଏହି ଖେଳକୁ ନିଷିଦ୍ଧ କରିଥିବା ଜଣାଯାଇଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories