www.samajalive.in
Friday, December 12, 2025
27.1 C
Bhubaneswar

ଶାହାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମିଳିବା ପଛର ରହସ୍ୟ

ନୂଆଦିଲ୍ଲୀ : ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳି ସରକାରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ବ ମିଳିଛି। ସାଧାରଣତଃ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସରକାରର ଦ୍ବିତୀୟ କ୍ଷମତା କେନ୍ଦ୍ର ବୋଲି ବିବେଚନା କରାଯାଏ। ଯଦିଓ ଏ ନେଇ କିଛି ଲିଖିତ ନିୟମ ନାହିଁ; ତଥାପି ପରମ୍ପରା ଅନୁଯାୟୀ ସ୍ବରାଷ୍ଟ୍ର ମନ୍ତ୍ରୀ ଦ୍ବିତୀୟ କ୍ଷମତା କେନ୍ଦ୍ର ଭୋଗ କରିଥାନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟର ଶ୍ରେୟ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କୁ ଦିଆଯାଉଛି। ଏହି କାରଣରୁ ଶାହାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇଛି।

ଏହା ସହିତ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଶାହାଙ୍କୁ ଗୃହ ମନ୍ତ୍ରୀ ରଖିଥିଲେ। ତେଣୁ ବିଗତ ଦିନରୁ ଶାହାଙ୍କ ସହିତ ମୋଦୀଙ୍କର ଘନିଷ୍ଠତା ଓ ବିଶ୍ବସନୀୟତା ରହି ଆସିଥିବାରୁ ତାଙ୍କୁ ଏବେ ଏହି ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇଥିବା ଜଣାଯାଇଛି। ଏବେ ଶାହାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଥିବା​‌ବେଳେ ପୂର୍ବରୁ ଏହି ଦାୟିତ୍ବରେ ଥିବା ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦିଆଯାଇଛି। ତେଣୁ ସରକାରରେ ଦ୍ବିତୀୟ କ୍ଷମତା କେନ୍ଦ୍ରକୁ ନେଇ ରାଜନାଥ ଓ ଶାହାଙ୍କ ମଧ୍ୟରେ ବିବାଦ ଦେଖାଯିବାର ସମ୍ଭାବନା ରହିଛି। ୨୦୧୪ ସରକାର ସମୟରେ ଦ୍ବିତୀୟ କ୍ଷମତା କେନ୍ଦ୍ରକୁ ନେଇ ରାଜନାଥ ଓ ଅରୁଣ ଜେଟଲୀଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ତେବେ କ୍ୟାବିନେଟ ବୈଠକରେ ମୋଦୀଙ୍କ ପାଖରେ ରାଜନାଥ ବସୁଥିବାବେଳେ ତାଙ୍କ ପାଖକୁ ଜେଟଲୀ ବସୁଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories