www.samajalive.in
Sunday, December 14, 2025
19.1 C
Bhubaneswar

ଫେବୃୟାରୀ ୯ରେ ଏନ.ଏ.ସି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା ଚେତାବନୀ

ବାଙ୍କୀ : ନିକଟରେ ବାଙ୍କୀ ଏନ.ଏ.ସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାଙ୍କୀ ସହରର ସମସ୍ତ ୱାର୍ଡ ବାସିନ୍ଦାଙ୍କ ଉପରେ ୟୁଜର ଫି ଆଦାୟ ବୋଝ ଲଦି ଦିଆଯାଇ ଆଦାୟ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହାର ପ୍ରତିବାଦରେ ବାଙ୍କୀ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବାଙ୍କୀର ପୂର୍ବତନ ବିଧାୟକ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଡଃ. ଦେବାଶିଷ ପଟ୍ଟନାୟକ ପ୍ରତିବାଦ ଜଣାଇ ଫେବୃୟାରୀ ୯ ତାରିଖରେ ବାଙ୍କୀ ଏନ.ଏ.ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଏନ.ଏ.ସି ବାସୀଙ୍କ ଠାରୁ ୟୁଜର ଫି ଆଦାୟକୁ ପ୍ରତିବାଦ କରିବେ ବୋଲି ଶୁକ୍ରବାର ଦିନ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଶୁକ୍ରବାର ଦିନ ସକାଳେ ଡଃ. ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇ ବାଙ୍କୀ ଉପଜିଲ୍ଲାପାଳ ତଥା ଏନ.ଏ.ସି ପ୍ରଶାସନିକ ଅଧିକାରୀ ରଞ୍ଜନ କୁମାର ଜେନାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ବାଙ୍କୀ ଏନ.ଏ.ସି କର୍ତ୍ତୃପକ୍ଷ ଗରୀବ ସାଧାରଣ ଜନତାଙ୍କ ଉପରେ ଲାଗୁ କରିବା ଏକ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି। ଖୁବ୍ ଶୀଘ୍ର ୟୁଜର ଫି ଆଦାୟ ବନ୍ଦ କରାନଗଲେ କଂଗ୍ରେସ ଏନ.ଏ.ସି କାର୍ଯ୍ୟାଳୟ ସମ୍ମୁଖରେ ଜନସାଧାରଣଙ୍କର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଧାରଣାରେ ବସିବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବାଙ୍କୀ ଏକ କୃଷି ଭିତ୍ତିକ ଅଞ୍ଚଳ। ଏହାର ୯୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରି ଜୀବନ ଜୀବିକା ନିର୍ବାହ କରନ୍ତି। ଏହି ପରିପ୍ରେକ୍ଷୀରେ କରୋନା ମହାମାରୀ ହେତୁ ଜନସାଧାରଣ ଆର୍ଥିକ ସମସ୍ୟା ଦେଇ ଗତିକରୁଥିଲା ବେଳେ ଜନସାଧାରଣଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ବାଙ୍କୀ ପରି ଏକ ଛୋଟ ସହରରେ ଛୋଟ ବ୍ୟବସାୟୀମାନେ ଧାର କରଜ କରି ବ୍ୟବସାୟ କରୁଥିଲା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦ ଆବଶ୍ୟକତା ନଥାଇ ମନଇଚ୍ଛା ବେଆଇନ ଭାବେ କର୍ମଚାରୀ ନିଯୁକ୍ତି କରି ସେମାନଙ୍କୁ ଦରମା ଦେବାପାଇଁ ଏଭଳି ପ୍ରୟାସ ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି। ଅଞ୍ଚଳର ଲୋକମାନେ ଏନ.ଏ.ସିକୁ ହୋଲ୍ଡିଂ,ଆଲୋକ ବ୍ୟବସ୍ଥା,ପାନୀୟଜଳ ପାଇଁ ଟ୍ୟାକ୍ସ ଦେଉଥିଲା ବେଳେ ଦୋକାନୀ ମାନେ ମଧ୍ୟ ଟ୍ରେଡ ଲାଇସେନ୍ସ ଟଙ୍କା ପ୍ରତିବର୍ଷ ଦାଖଲ କରିଆସୁଛନ୍ତି। ସବୁ ଦେଇମଧ୍ୟ ଏନ.ଏ.ସି ଅଞ୍ଚଳରେ ୟୁଜର ଫି ଲାଗୁ କରିବାକୁ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ବ୍ୟକ୍ତିଗତ ଭାବରେ ବିରୋଧ କରାଯିବା ସମ୍ପର୍କରେ ଡଃ. ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି। ରାଜ୍ୟର ଅନ୍ୟ କେତେକ ଏନ.ଏ.ସି ଓ ପୌରାଞ୍ଚଳରେ ଏଭଳି ୟୁଜର ଫି ଆଦାୟ କରାଯାଉନଥିବା ବେଳେ ବାଙ୍କୀ ଏନ.ଏ.ସି ପ୍ରଶାସନର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories