www.samajalive.in
Saturday, December 6, 2025
17.1 C
Bhubaneswar

ଫୁଟ୍‌ ଓଭରବ୍ରିଜ ଖୋଲିବା ଦାବିରେ ବିକ୍ଷୋଭ

ବ୍ରହ୍ମପୁର: ଫୁଟ ଓଭର୍‌ବ୍ରିଜ ଖୋଲିବା ଦାବିରେ ଶନିବାର ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଦାବିନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ କର୍ତ୍ତୃପକ୍ଷ କୌଣସି ଗୁରୁତ୍ବ ନ ଦେବାରୁ ଛାତ୍ରଛାତ୍ରୀମାନେ ଚାଲିଚାଲି ଉପଜିଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ସେଠାରେ ଅସନ୍ତୋଷ ଜାହିର କରିଥିଲେ।

ସେମାନଙ୍କ ଅଭିଯୋଗ ହେଲା, ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିଲେ ମଧ୍ୟ ଶ୍ରେଣୀ ଗୃହ ଅଭାବରୁ ଅଧିକାଂଶ ଶ୍ରେଣୀ ଖଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେଉଛି। ଉଭୟ ଶିକ୍ଷାନୁଷ୍ଠାନ ମଝିରେ ରାସ୍ତା ଯାଇଛି। ଏଣୁ ରାସ୍ତା ଉପରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ ହୋଇଛି। କିନ୍ତୁ ଅନେକ ବର୍ଷ ହେଲା ଏହି ଓଭର୍‌ବ୍ରିଜ ବନ୍ଦ ରହିଛି। ଫଳରେ ବିପଦପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀମାନେ ରାସ୍ତା ପାର କରୁଛନ୍ତି। ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏନେଇ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଅବଗତ କରାଯାଇଥିଲେ ମଧ୍ୟ ଓଭରବ୍ରିଜ ଖୋଲିବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ତେବେ ଉପଜିଲାପାଳଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଟ କଲେକ୍ଟର ବିନୋଦ ବେହେରାଙ୍କ ସହ ସେମାନେ ଆଲୋଚନା କରିଥିଲେ। ଏସଂପର୍କରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଦାବିକୁ ସମର୍ଥନ ଜଣାଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପଦାଧିକାରୀମାନେ ମଧ୍ୟ ଏଥିରେ ସାମିଲ୍‌ ହୋଇଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories