ଇଲେକ୍ଟ୍ରିକ୍ ଗାଡିକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ ହେବ ୫୦୦ କୋଟି ଟଙ୍କାର ଯୋଜନା

ନୂଆଦିଲ୍ଲୀ : ଭାରତରେ ଇଲେକ୍ଟ୍ରିକ୍ ପରିବହନକୁ ପ୍ରୋତ୍ସାହନ ଦେବା ପାଇଁ ୫୦୦ କୋଟି ଟଙ୍କାର ନୂଆ ଯୋଜନା ସୋମବାର ଲାଗୁ ହେବ ଏବଂ ଜୁଲାଇ ଶେଷ ପର୍ଯ୍ୟନ୍ତ ଜାରି ରହିବ । ଦେଶରେ ଇଲେକ୍ଟ୍ରିକ୍ ଗାଡିକୁ ଆପଣାଇବା ଏବଂ ନିର୍ମାଣ(ଫେମ୍-୨) କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ୩୧ ମାର୍ଚ୍ଚରେ ସମାପ୍ତ ହେଉଛି ।

ଫେମ୍ ଯୋଜନା ଅନୁସାରେ ସବସିଡି ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଦେଶରେ ଇଲେକ୍ଟ୍ରିକ୍ ଗାଡିକୁ ଆପଣାଇବା ଏବଂ ଏହାର ଗତି ବଢାଇବା ପାଇଁ ଭାରି ଉଦ୍ୟେଗ ମନ୍ତ୍ରାଳୟ ୫୦୦ କୋଟି ଟଙ୍କାର ଇଲେକ୍ଟ୍ରିକ୍ ପରିବହନ ସମ୍ବର୍ଦ୍ଧନ ଯୋଜନା ୨୦୨୪(ଇଏମପିଏସ୍ ୨୦୨୪) ଆରମ୍ଭ କରିଛି । ଏହି ଯୋଜନା ଅନୁସାରେ ଦୁଇଚକିଆ ଯାନରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ । ପ୍ରାୟ ୩.୩୩ ଲକ୍ଷ ଦୁଇଚକିଆ ଗାଡି ପାଇଁ ସହାୟତା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ । ଛୋଟ ତିନିଚକିଆ ଯାନର କ୍ରୟରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ ।

ଯୋଜନା ଅନୁସାରେ ୪୧ ହଜାରରୁ ଅଧିକ ଏମିତି ଗାଡିକୁ ପ୍ରୋତ୍ସାହନ ପ୍ରଦାନ କରାଯିବ । ବଡ ତିନିଚକିଆ ଯାନ ମାମଲାରେ ଆର୍ଥିକ ସହାୟତା ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ହେବ । ୩,୭୨,୨୧୫ ଇଲେକ୍ଟ୍ରିକ୍ ଗାଡିକୁ ସମର୍ଥନ ଦେବା ଏହି ଯୋଜନାର ଲକ୍ଷ୍ୟ ।

Comments are closed.