www.samajalive.in
Saturday, December 13, 2025
15.1 C
Bhubaneswar

ନୀଳଗିରିରେ କିଏ ହାତେଇବ ବିଜେଡି ଟିକଟ: ସୁକାନ୍ତ ଓ ସନ୍ତୋଷଙ୍କୁ ନେଇ ଚାଲିଛି ଅଙ୍କକଷା

ନୀଳଗିରି: ବିଜେପି ଛାଡ଼ିଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ସକାଳେ ଶଙ୍ଖ ଭବନ ଯାଇ ବିଜେଡିରେ କର୍ମୀଙ୍କ ସହ ସାମିଲ ହୋଇଛନ୍ତି। ବିଜେଡିରେ ଯୋଗଦେବା ପରେ ତାଙ୍କୁ ଟିକଟ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଅପରପକ୍ଷରେ ଡାକରା ପାଇ ସନ୍ଧ୍ୟାରେ ସ୍ଥାନୀୟ ବିଜେଡି ନେତା ସନ୍ତୋଷ ଖଟୁଆ ମଧ୍ୟ ଶଙ୍ଖ ଭବନରେ ପହଞ୍ଚିଛନ୍ତି।  ତାଙ୍କୁ ଦଳୀୟ ଟିକଟ ମିଳିବା ସମ୍ଭାବନା ରହିଥିବା ଆଲୋଚନା ଜୋର ଧରିଛି। ତେବେ ନୀଳଗିରିରେ କାହାକୁ ବିଜେଡି ଟିକଟ ମିଳିବ ସେଥିନେଇ ଅଙ୍କକଷା ଚାଲିଛି। ସୁକାନ୍ତ ଓ ସନ୍ତୋଷଙ୍କ ମଧ୍ୟରୁ କାହା ଉପରେ ଟିକଟ ପାଇଁ ଦଳ ମୋହର ମାରିବ ସେଥିନେଇ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୪ରେ ବିଜେଡିରୁ ଜିତି ବିଧାୟକ ହୋଇଥିବା ସୁକାନ୍ତ ନାୟକ ହଠାତ ୨୦୧୯ରେ ଦଳପରିବର୍ତ୍ତନ କରି ବିଜେପିରେ ମିଶି ପୁଣି ଥରେ ବିଧାୟକ ହୋଇଥିଲେ । ସେତେବେଳେ ସନ୍ତୋଷ ଖଟୁଆ ମାତ୍ର ୧୫୭୭ଖଣ୍ଡ ଭୋଟରେ ସୁକାନ୍ତଙ୍କଠାରୁ ପରାଜିତ ହୋଇଥିଲେ ମଧ୍ୟ ଦଳକୁ ଆହୁରି ଅଧିକ ସୁଦୃଢ଼ କରି ଚାଲିଥିଲେ । ଏପରିକି ନୀଳଗିରି ଓ ଔପଦା ବ୍ଲକର ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ନୀଳଗିରି ଏନଏସିର ଅଧ୍ୟକ୍ଷ ଉପାଧ୍ୟକ୍ଷ ପଦ ଜିତାଇଥିଲେ । ନୀଳଗିରି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୬ଟି ଜିଲାପରିଷଦ ମଧ୍ୟରୁ ୫ଜଣଙ୍କୁ ବିଜୟୀ କରାଇବା ଏବଂ ସମବାୟ ନିର୍ବାଚନ ତଥା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ।

- Advertisement -

ଇତିମଧ୍ୟରେ ସନ୍ତୋଷ ଏଠାରୁ ବିଜେଡି ଟିକେଟ ପାଇବାରେ ହକ୍‍ଦାର ରହିଥିବା ବେଳେ ହଠାତ ବିଧାୟକ ସୁକାନ୍ତ ବିଜେପି ଛାଡ଼ି ବିଜେଡିରେ ଯୋଗଦେବା ଘଟଣାରେ ନୀଳଗିରିରେ ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଆଜି ଏନେଇ ସନ୍ତୋଷଙ୍କ ଫାର୍ମ ହାଉସ ପ୍ରାଙ୍ଗଣରେ ଏକ ବିଶାଳ କର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଧାୟକ ସୁକାନ୍ତଙ୍କୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି । ସେପଟେ ଏହି ଘଟଣା ପରେ ପୁଣି ସନ୍ତୋଷଙ୍କୁ ଡ଼କରା ହେବାରୁ ସେ ଭୁବନେଶ୍ୱର ଗସ୍ତ କରିଛନ୍ତି । ତେବେ ଏଠାରୁ କିଏ ଟିକେଟ ପାଇବ ସେନେଇ କର୍ମୀଙ୍କ ମହଲରେ ଚର୍ଚ୍ଚା ଲାଗି ରହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories