ଜେମିନିରେ ଆସିଲା ନୂଆ ଫିଚର, ସହଜରେ ଚାଲୁ ହୋଇଯିବ ମ୍ୟାପ୍

ନୂଆଦିଲ୍ଲୀ : ଗୁଗଲ ନିଜ ଜେମିନି ଏଆଇ ଚାଟବୋଟ୍ ମଡେଲକୁ ୟୁଜର୍ସଙ୍କ ପାଇଁ ଉତ୍ତମ କରିବା ପାଇଁ ଲଗାତର ଅପଡେଟ୍ କରୁଛି । ଗୁଗଲ ଏଥିପାଇଁ ଏକ ନୂଆ ଅପଡେଟ୍ ଜାରି କରିଛି ଯେଉଁଥିରେ ୟୁଜର୍ସ ମ୍ୟାପ୍ ନେଭିଗେସନ ଅନୁରୋଧ କଲେ ଜେମିନି ସ୍ବୟଂ ଚାଳିତ ଭାବେ ମ୍ୟାପ୍ ନେଭିଗେସନ ଆରମ୍ଭ କରିଦେବ ।

prayash

ଯେବେ ଉପଭୋକ୍ତା କୌଣସି ସ୍ଥାନର ନିର୍ଦ୍ଦେଶ ଦେବେ ଜେମିନି ସେହି ସ୍ଥାନକୁ ଯାତ୍ରା କଲେ କେତେ ସମୟ ଲାଗିବ, କେତେ ଦୂରତା, ଏବେ ସେହି ରାସ୍ତାରେ ଟ୍ରାଫିକ୍ ଭିଡ ଅଛି କି ନାହିଁ ଏସବୁ ଜଣାଇଦେବ । ଏହା ବ୍ୟତୀତ ଉପଭୋକ୍ତା ରାସ୍ତା ମ୍ୟାପ୍ ମଧ୍ୟ ଦେଖିପାରିବେ ଏବଂ ଦିଗ ମଧ୍ୟ ଦେଖିପାରିବେ । ନୂଆ ଅପଡେଟ୍ ଅନୁସାରେ ଜେମିନି ଆପରେ ଏଣିକି କ୍ୟାଲେଣ୍ଡର ଏବଂ ଏଥିରେ ରିମାଇଣ୍ଡ ସେଟ୍ କରିହେବ । ଗୁଗଲ ଜେମିନି ଆପ୍ ଏଣିକି ମଣିଷଙ୍କ ଭଏସ୍ କମାଣ୍ଡ ମଧ୍ୟ ନେଇପାରିବ ।

Comments are closed.