www.samajalive.in
Friday, December 12, 2025
19.1 C
Bhubaneswar

ବିଜେଡି ଟିକଟ ପାଇଁ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରା

ଭୁବନେଶ୍ବର:ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ହେବାକୁ ଆବେଦନ କରିଛନ୍ତି ଜଗତ୍‌ସିଂହପୁର ଜିଲା ଯୁବ ବିଜେଡି ସଭାପତି ସୌମ୍ୟଜିତ ମହାପାତ୍ର। ଛାତ୍ର ଜୀବନରୁ ପ୍ରାୟ ୨୦ ବର୍ଷ ହେଲାଣି ସେ ଦଳ ପାଇଁ ନିଷ୍ଠାପର ଭାବେ କାମ କରୁଛନ୍ତି। ତାଙ୍କ ସମର୍ଥକଙ୍କ ସହ ବିଶାଳ ପଟୁଆରେ ସୌମ୍ୟଜିତ ମହାପାତ୍ର ଶୋଭାଯାତ୍ରାରେ ନବୀନ ନିବାସ ଯାଇଥିଲେ। ନବୀନ ନିବାସ ଯାଇ ତାଙ୍କର ପ୍ରାର୍ଥିତ୍ଵ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଦରଖାସ୍ତ ଓ ବାୟୋଡାଟା ଦାଖଲ କରିଛନ୍ତି।

ସୂଚନା ମୁତାବକ ଛାତ୍ର ରାଜନୀତିରୁ ଦୀର୍ଘ ପ୍ରାୟ ୨୦ ବର୍ଷ ହେଲାଣି ସକ୍ରିୟ ଭାବେ ବିଜେଡି ପାଇଁ କାମ କରୁଛନ୍ତି ସୌମ୍ୟଜିତ ମହାପାତ୍ର। ବାଲିକୁଦା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରୁ ରାଜନୀତି କ୍ୟାରିଆର ଆରମ୍ଭ କରିଥିଲେ। ସେ ବିଜେଡିର ବିଭିନ୍ନ ପଦରେ ରହିବା ସହ ବିଭିନ୍ନ ଉପ-ନିର୍ବାଚନରେ କାମ କରିଥିଲେ। ଛାତ୍ର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ, ୨୦୧୭ରୁ୨୦୨୨ ବାଲିକୁଦା ପଞ୍ଚାୟତର ସମତି ସଭ୍ୟ ଭାବେ ନିର୍ବାଚନ ହୋଇଥିଲେ।

- Advertisement -

୨୦୧୯ ନିର୍ବାଚନ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜଗତ୍‌ସିଂହପୁର ଜିଲା ଯୁବ ବିଜେଡି ସଭାପତି ଭାବେ ସୌମ୍ୟଜିତ ମହାପାତ୍ରଙ୍କୁ ଅବସ୍ଥାପିତ କରିଥିଲେ। ଏବେ ସେ ଯୁବ ବିଜେଡି ସଭାପତି ଭାବେ ସକ୍ରିୟ ଭାବେ କାମ କରୁଛନ୍ତି। ଦୀର୍ଘ ଦିନ ହେଲାଣି ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସୁଖଦୁଃଖରେ ସାମିଲ ହେଉଛନ୍ତି। ‘ଏଥର ଯୁବ ଏଥର ସୌମ୍ୟଜିତ’ ନାରା ଦେଇ ବାଲିକୁଦା ଅଞ୍ଚଳର ହଜାର ହଜାର ଯୁବକ ଓ କିଛି ସ୍ଥାନୀୟ ସମିତିସଭ୍ୟ, ସରପଞ୍ଚଙ୍କ ସହ ସୌମ୍ୟଜିତ ଯାଇ ନିଜ ପ୍ରାର୍ଥିତ୍ଵ ପାଇଁ ଆବେଦନପତ୍ର ଦାଖଲ କରିଛନ୍ତି।

ଗଣମାଧ୍ୟମକୁ ସୌମ୍ୟଜିତ କହିଛନ୍ତି ମୁଁ ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ। ନିର୍ବାଚନ ମଣ୍ଡଳୀ ଲୋକ ଏକ ଯୁବ ନେତୃତ୍ଵ ଚାହୁଁଛନ୍ତି। ସେମାାନେ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ମଣ୍ଡଳୀରେ ଜଣେ ଯୁବକ ନିର୍ବାଚନ ମଣ୍ଡଳୀର ମଙ୍ଗ ଧରୁ। ଲୋକଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ମୋର ପ୍ରାଥିତ୍ଵ ବିଷୟରେ ଜଣାଇଛି। ଦଳ ସଭାପତି, ସାଙ୍ଗଠନିକ ସମ୍ପାଦକ ଓ ୫ଟି ଅଧ୍ୟକ୍ଷଙ୍କ ଦିଗଦର୍ଶନରେ ଦଳ ପାଇଁ କାମ କରୁଛି। ୨୦ ବର୍ଷ ହେଲାଣି ଦଳ ପାଇଁ କାମ କରୁଛି ଓ ଆଗକୁ ମଧ୍ୟ କରିବି। ଦଳ ମୋ କଥା ବୁଝିବା ସହ ମୋତେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରିବ ବୋଲି ମୋର ଆଶା ଏବଂ ବିଶ୍ବାସ ରହିଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories