www.samajalive.in
Thursday, December 11, 2025
14.1 C
Bhubaneswar

ଅଜଣା ହାଇୱା ଧକ୍କାରେ ବାଇକ ଚାଳକ ଗୁରୁତର 

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପୋଖରିବନ୍ଧ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର । ସୂଚନା ମୁତାବକ ରବିବାର ସନ୍ଧ୍ୟା ପ୍ରାୟ ୯ ଘଣ୍ଟା ସମୟରେ ରାୟଗଡା ଜିଲ୍ଲା ଆମ୍ବାଦୋଳା ଥାନା ଅନ୍ତର୍ଗତ କାସେର ଗ୍ରାମର ରାମଚନ୍ଦ୍ର ବାଗ ନିଜ ଗାଁରୁ ଲାଞ୍ଜିଗଡ ନିକଟସ୍ଥ ଜଗନ୍ନାଥପୁର ବାଇକରେ ଆସୁଥିବା ସମୟରେ ୬ ନଂ ରାଜ୍ୟ ରାଜପଥ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପୋଖରୀବନ୍ଧ ସ୍ଥିତ ବେନିପୋଖରୀ ପେଟ୍ରୋଲ ପମ୍ପ ନିକଟରେ କୌଣସି ଅଜଣା ହାଇୱା ଧକ୍କାରେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରାମଚନ୍ଦ୍ରଙ୍କ ପ୍ରାଥମିକ ଚିକତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

 

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories