www.samajalive.in
Thursday, December 11, 2025
16.1 C
Bhubaneswar

କୃଷିକୁ ବାଧକ କୃଷି ଶ୍ରମିକ ଅଭାବ

ତିଗିରିଆ :  ବର୍ଷା ଅଭାବରୁ ଚଳିତ ଖରିଫ୍ ଋତୁ ଆରମ୍ଭରୁ ଧାନଚାଷରେ ବିଳମ୍ୱିତ ପ୍ରକ୍ରିୟା ଦେଖାଦେଇଥିଲା। ତାହା ଏବେବି ଲାଗି ରହିଛି। ପ୍ରତିକୂଳ ପାଣିପାଗରେ କୃଷି ପଛରେ ପଡ଼ିଥିବା ବେଳେ ଅନୁକୂଳ ପାଣିପାଗରେ କୃଷି ଶ୍ରମିକ ଅଭାବରୁ ଚାଷୀ ଯେତେ ତରତର ହେଲେ ମଧ୍ୟ ପଛରେ ପଡିଛି। ସମ୍ପ୍ରତି ତିଗିରିଆ ବ୍ଲକରେ ଏଭଳି ସମସ୍ୟା ମୁଣ୍ଡ ଟେକିଛି।
ନିକଟରେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଅଗଷ୍ଟ ମାସ ଆରମ୍ଭରେ ରୂଆ, ପୋତା ଓ ବେଉଷଣ  କାର୍ଯ୍ୟ ଆରମ୍ଭ ହେଉଛି। ଅଳ୍ପ  କେତେକ ଖାଲ କିସମ ଜମିରେ ବେଉଷଣ ସରିଥିବା ବେଳେ ସମଗ୍ର ତିଗିରିଆ ଅଞ୍ଚଳରେ ଅର୍ଦ୍ଧାଧିକ ଧାନ ଜମିରେ ବେଉଷଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରି ସ୍ଥଳେ ଧାନ ଚାଷ ପାଇଁ ଆବଶ୍ୟକ ହେଉଥିବା ବହୁ ସଂଖ୍ୟାରେ ମାନବ ସମ୍ବଳର ଅଭାବ ଦେଖାଦେଇଥିବା ଚାଷୀ ମହଲରୁ ଜାଣିବାକୁ ମିଳିଛି। ଶ୍ରମିକ ଖୋଜିବା ପଛରେ ଚାଷୀର ଦିନ ପରେ ଦିନ ଗଡି ଚାଲିଛି। କୃଷି ଶ୍ରମିକ ଅଭାବ ବ୍ଲକରେ ବର୍ତ୍ତମାନ ସମୟରେ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଇଛି । ଏହା ଯୋଗୁଁ ଚଳିତ ଖରିଫ ଋତୁରେ ଶହଶହ ହେକ୍ଟର ଚାଷ ଜମିରେ ଧାନଚାଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଖୋଦ୍ ଏହି କାରଣରୁ ଅନେକ ଚାଷୀ ଧାନ ଚାଷକୁ ହ୍ରାସ କରି ବିଲ ପଡ଼ିଆ ପକାଇ ଥିବା ଦେଖିବାକୁ ମିଳିଛି।
କୃଷି ପ୍ରଧାନ ବ୍ଲକ ରୂପେ ପରିଚିତ ତିଗିରିଆ ବ୍ଲକ ଅଧୀନ ସମସ୍ତ ୧୪ଟି ପଞ୍ଚାୟତରେ ଏବେ କୃଷିକାର୍ଯ୍ୟ କରିବା ଏକ ସମସ୍ୟାରେ ପରିଣତ ହୋଇ ଯାଇଛି । କୃଷି କାର୍ଯ୍ୟ ପ୍ରତି ଶ୍ରମିକମାନଙ୍କ ବିମୁଖତା ଫଳରେ ବ୍ଲକର ଅଚଳକୋଟ, ଭିରୁଡା, ପାଞ୍ଚଗାଁ, ସୋମପଡ଼ା, ପୁରୁଣା ତିଗିରିଆ, ନିଜିଗଡ଼, ବିନ୍ଧାଣିମା, ବାଲିପୁଟ, ଜେମାଦେଇପୁର, ନୂଆପାଟଣା, ଭୋଗଡ଼ା, ଗଦାଧରପୁର, ହାଟଟମାଳ, ବଡ଼ନାଉପୁଟ ଆଦି ପଞ୍ଚାୟତରେ ଚଳିତ ବର୍ଷ  ଚାଷ ଆଗେଇ ପାରିନାହିଁ। ସେହିପରି ସରକାରଙ୍କ ତରଫରୁ ବିହନ, ସାର, ଔଷଧ ଆଦି ରିଆତି ଦରରେ ପ୍ରଦାନ କରାଯାଇ କୃଷି ତଥା କୃଷକର ମାନଦଣ୍ଡକୁ ଉନ୍ନତ କରିବା ପାଇଁ ଚେଷ୍ଟା ଅବ୍ୟାହତ ରହୁଥିବା ସମୟରେ କୃଷି କାର୍ଯ୍ୟ ପାଇଁ ଶ୍ରମିକମାନଙ୍କ ଅନିଚ୍ଛା ପରିଲକ୍ଷିତ ହେଉଛି। ଏହା ଆସନ୍ତା ଦିନରେ କୃଷିକୁ ରସାତଳଗାମୀ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ତିଗିରିଆ ବ୍ଲକ କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବ୍ଲକ ଅନ୍ତର୍ଗତ ୧୪ ଗୋଟି ପଞ୍ଚାୟତର  ୭୨୫୨ ହେକ୍ଟର ଚାଷଜମି ରହିଛି । ଏଥିମଧ୍ୟରୁ ପ୍ରାୟ ୩୧୨୨ ଜମିରେ ରବି ଫସଲ ଲଗାଯାଉଥିବାବେଳେ ୪୧୩୦ ଜମିରେ ଖରିଫ ଫସଲ ବୁଣାଯାଉଛି । ସମୁଦାୟ ଜମିର ୧୮୦୦ ହେକ୍ଟର ଚାଷଜମିକୁ ଜଳସେଚନର ବ୍ୟବସ୍ଥା ଥିବାବେଳେ ୫୪୫୨ ହେକ୍ଟର ଜମିକୁ ବର୍ଷାପାଣି ଭରସା । ସମ୍ପ୍ରତି ପରିବର୍ତ୍ତିତ ପାଣିପାଗ ସହିତ କୃଷିକ୍ଷେତ୍ରରେ ଶ୍ରମିକ ସଙ୍କଟରୁ ଚଳିତ ବର୍ଷ ପ୍ରାୟ ହେକ୍ଟର ହେକ୍ଟର ଚାଷଜମିରେ ଚାଷ କାର୍ଯ୍ୟ ନେଇ ଅନିଶ୍ଚିତତା ଲାଗିରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories