www.samajalive.in
Friday, December 5, 2025
20.1 C
Bhubaneswar

ଦିଲ୍ଲୀରୁ ଲକ୍ଷ୍ନୌକୁ ଉଠିବ ପ୍ରିୟଙ୍କା ଗାନ୍ଧୀଙ୍କ ଡେରା

ନୂଆଦିଲ୍ଲୀ : ଦିଲ୍ଲୀ ଲୋଧି ରୋଡ ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାକୁ ନୋଟିସ କରାଯାଇଛି। ଏହାପରେ ପ୍ରିୟଙ୍କା ଗାନ୍ଧୀଙ୍କ ଠିକଣା ପରିବର୍ତ୍ତନ ହେବା ନେଇ ଚର୍ଚା ଲାଗି ରହିଛି। ଶୁଣିବାକୁ ମିଳୁଛି କି ପ୍ରିୟଙ୍କା ଗାନ୍ଧୀଙ୍କ ନୂଆ ଠିକଣା ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହର ହେବ।

ପ୍ରିୟଙ୍କା  ଏଥର ଆଉ ଦିଲ୍ଲୀରେ ନୁହେଁ, ୟୁପିକୁ ସିପ୍ଟ ହୋଇପାରନ୍ତି  । ସେ ଖୁବଶୀଘ୍ର ଲକ୍ଷ୍ନୌ ସ୍ଥିତ କୌଲ ହାଉସକୁ ସିପ୍ଚ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ସେପଟେ ଟ୍ୱିଟରରେ #UPWelcomesPriyanka ଟ୍ରେଣ୍ଡ କରୁଛି ।

- Advertisement -

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳର ମହାସଚିବ ହେବା ସହ ୟୁପି ଦାୟିତ୍ୱରେ ମଧ୍ୟ ଅଛନ୍ତି । ତେଣୁ ଲକ୍ଷ୍ନୌ ସିପ୍ଟ ଖବର ବେଶ୍ ଗୁରୁତ୍ୱବହନ କରୁଛି । କୋରୋନା ସଂକ୍ରମଣ ଯୋଗୁ ସବୁବେଳେ ୟୁପି ଯାଇପାରୁନାହାଁନ୍ତି ପ୍ରିୟଙ୍କା । ତେଣୁ ତାଙ୍କର ଲକ୍ଷ୍ନୌ ସିପ୍ଟ ହେବା ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ବେଶ୍ ଗୁରୁତ୍ୱବହନ କରିବ ।

କଂଗ୍ରେସ ମହାସଚିବ ହେବା ପରଠୁ ୟୁପି ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି ପ୍ରିୟଙ୍କା । ଶ୍ରମିକ, ଦିନ ମଜୁରିଆଙ୍କ ପାଇଁ ସ୍ୱର ଉଠେଇବା ହେଉ କିମ୍ବା ସୋନଭଦ୍ରରେ କୃଷକଙ୍କ ପାଇଁ ଆନ୍ଦୋଳନ ହେଉ, ବିଭିନ୍ନ ସମୟରେ ୟୁପିରେ ସମାବେଶ ସହ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ପ୍ରିୟଙ୍କା ଗାନ୍ଧୀ। ଆଗକୁ ୟୁପି ନିର୍ବାଚନରେ କଂଗ୍ରେସର ଚେହେରା ଭାବେ ତାଙ୍କୁ ମନେକରାଯାଉଛି । ତେଣୁ ଏସବୁ ଭିତରେ ଦିଲ୍ଲୀରୁ ଯଦି ୟୁପି ସେ ସିପ୍ଟ ହୁଅନ୍ତି, ତେବେ ରାଜନୈତିକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ବଢ଼ିବ ବୋଲି ରାଜନୌତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories