www.samajalive.in
Friday, December 5, 2025
26.1 C
Bhubaneswar

ବାହୁବଳୀ ରାଜନେତା ବିକାଶ ଦୁବେର ଦାଦା ଓ ଭାଇ ନିହତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନ୍‌ପୁରରେ ଗୁରୁବାର ରାତିରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟରର ଘଟିଥିଲା। ଏଥିରେ ୮ ପୁଲିସ ଅଧିକାରୀ ସହିଦ ହେବା ସହ ୨ ଅପରାଧୀ ନିହତ ହୋଇଥିଲେ। ତେବେ ଏହି ଦୁଇ ଅପରାଧୀ ହେଉଛନ୍ତି ଉତ୍ତରପ୍ରଦେଶର ମୋଷ୍ଟ ୱାଣ୍ଟେଡ୍‌ ତଥା ବାହୁବଳୀ ରାଜନେତା ବିକାଶ ଦୁବେର ଦାଦା ଏବଂ ଭାଇ। କାନପୁର ରେଞ୍ଜ ଆଇଜି ମୋହିତ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ୮ ପୁଲିସ ଅଧିକାରୀଙ୍କୁ ହତ୍ୟା ପଛରେ ବିକାଶ ଦୁବେର ହାତ ଥିବା କୁହାଯାଉଛି।

ବିକାଶ ଦୁବେ ହେଉଛି ଉତ୍ତରପ୍ରଦେଶର ସବୁଠୁ ଜଣାଶୁଣା ଦୁର୍ଦ୍ଦାନ୍ତ ଅପରାଧୀ। ସେ ୨୦୦୧ରେ ଉତ୍ତରପ୍ରଦେଶର ମନ୍ତ୍ରୀ ସନ୍ତୋଷ ଶୁକ୍ଳାଙ୍କୁ ହତ୍ୟା କରିଥିଲେ। କେବଳ ଏହି ଘଟଣା ନୁହେଁ ବହୁ ହାଇପ୍ରୋଫାଇଲ ହତ୍ୟା ମାମଲାରେ ବିକାଶ ମୋଷ୍ଟ ୱାଣ୍ଟେଡ୍‌ ରହିଛି। ବିକ୍ରୁ ଗାଁର ବାସିନ୍ଦା ବିକାଶ ନାଁରେ ଡକାୟତି, ଅପହରଣ ଏବଂ ହତ୍ୟା ଭଳି ୬୦ରୁ ଅଧିକ ମାମଲା ରହିଛି। କିଛବର୍ଷ ତଳେ ଦୌରାଜଜ୍‌ କୋର୍ଟ ତା’କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଥିଲେ। ଗତ ଗୁରୁବାର ରାତିରେ ବିକାଶ ନାଁରେ ଏକ ହତ୍ୟା ଉଦ୍ୟମ ଅଭିଯୋଗ ଆସିବା ପରେ ପୁଲିସ ତା’କୁ ଧରିବାକୁ ଯାଇଥିଲା। ଏହି ସମୟରେ ବିକାଶର ସହଯୋଗୀ ଅପରାଧୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା, ଯେଉଁଥିରେ ତା’ର ଦାଦା ଏବଂ ଭାଇ ନିହତ ହୋଇଛନ୍ତି। ଏହି ଗୁଳିବିନିମୟରେ ଜଣେ ଡିଏସପିଙ୍କ ସମେତ ୮ ପୁଲିସ ଅଧିକାରୀ ସହିଦ ହୋଇଥିଲେ।

- Advertisement -

ବିକାଶ ଜେଲ୍‌ରେ ଥାଇ ଏକାଧିକ ହତ୍ୟାକାଣ୍ଡ ଘଟାଇଛି। ତାରାଚାନ୍ଦ ଇଣ୍ଟର କଲେଜର ଅଧ୍ୟକ୍ଷ ଏବଂ ଆସିଷ୍ଟାଣ୍ଟ ମ୍ୟାଜେରଙ୍କୁ ହତ୍ୟା ମାମଲାରେ ମଧ୍ୟ ତା’ର ସମ୍ପୃକ୍ତି ରହିଛି। ଏପରି କି ୨୦୧୮ରେ ମାଟି ଜେଲ୍‌ରେ ଥିବାବେଳେ ବିକାଶ ତା’ର ଏକ ଭାଇ ଅନୁରାଗକୁ ମଧ୍ୟ ହତ୍ୟା କରିବାକୁ ବ୍ଲୁପ୍ରିଣ୍ଟ କରିଥିଲା ଏବଂ ଏଥିରେ ସଫଳ ମଧ୍ୟ ହୋଇଥିଲା। ସେହିପରି ୨୦୦୦ ମସିହାରେ ରାମବାବୁ ଯାଦବ ଏବଂ ୨୦୦୪ରେ କେବୁଲ ଟିଭି ବ୍ୟବସାୟୀ ଦୀନେଶ ଦୁବେ ହତ୍ୟା ମାମଲାରେ ବି ବିକାଶର ସମ୍ପୃକ୍ତି ରହିଛି। ମାୟାବତୀଙ୍କ ସରକାର ସମୟରେ ବିକାଶ ବେଆଇନ ଉପାୟରେ ବହୁ ସମ୍ପତ୍ତି ଠୁଳ କରିଥିଲା। ଏହା ସହିତ ଜେଲ୍‌ରେ ଥିବାବେଳେ ସେ ଶିବରାଜପୁର ନଗର ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜୟୀ ହୋଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories