www.samajalive.in
Friday, December 5, 2025
26.1 C
Bhubaneswar

ଭାଇରାଲ ହେଉଛି ଭାଲୁ ଛୁଆଙ୍କ କୌତୁହଳପୂର୍ଣ୍ଣ ଭିଡ଼ିଓ, ମଜା ନେଉଛନ୍ତି ଲୋକେ

ନୂଆଦିଲ୍ଲୀ : ପିଲାମାନେ ପରସ୍ପର ଖେଳି ଥାଆନ୍ତି ଓ ବହୁ ସମୟରେ ଝଗଡ଼ା ମଧ୍ୟ କରିଥାଆନ୍ତି। ମନୁଷ୍ୟଙ୍କ ମଧ୍ୟରେ ଏହା ସାଧାରଣ କଥା। ମାତ୍ର ଏହି ଜିନିଷ ଜୀବଜନ୍ତୁ ଅଥବା ବନ୍ୟ ଜୀବଜନ୍ତୁଙ୍କ ମଧ୍ୟରେ ଦେଖିଲେ ମଜା ଓ ଖୁସି ଲାଗିଥାଏ। ଏଭଳି କିଛି କୌତୁଳହଳ ପୂର୍ଣ୍ଣ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଯେଉଁ ଭିଡ଼ିଓରେ ଦେଖିବାକୁ ମିଳିଛି ପ୍ରଥମେ ଦୁଇଟି ଭାଲୁଛୁଆ ଖେଳୁ ଖେଳୁ ଲଢିବାକୁ ଆରମ୍ଭ କରିଛନ୍ତି। ପରସ୍ପରଙ୍କୁ ସେମାନେ ମୁଥା ମାରୁଥିବା ମଧ୍ୟ ଦେଖାଯାଇଛି। ଭିଡ଼ିଓଟିକୁ ଦେଖିବାକୁ ଲୋକେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି।
ଏହି ଭିଡ଼ିଓଟି ଆମେରିକାର ବିଗ ବେଣ୍ଡ ଜାତୀୟ ଉଦ୍ୟାନର। ଟ୍ୱିଟର ବ୍ୟବହାର କରୁଥିବା କେହି ଜଣେ ଏହି ଭିଡ଼ିଓଟିକୁ ସେୟାର କରିଥିବା ଜଣାପଡ଼ିଛି। ଭିଡ଼ିଓରେ ଦେଖାଯାଉଛି ଗୋଟେ ପଟେ ଭାଲୁଛୁଆମାନେ ଲଢୁଛନ୍ତି ତ ଅନ୍ୟପଟେ ତାଙ୍କ ମାତା ପିତା ତାଙ୍କୁ ଦେଖଉଛନ୍ତି। ବର୍ତମାନ କରୋନା ପାଇଁ ପାର୍କ ବନ୍ଦ ରହିଛି। ଏହି ଭିଡ଼ିଓଟିକୁ ୨୮ଜୁନରେ ସେୟାର କରାଯାଇଛି।  ଲକ୍ଷଲକ୍ଷ ଲୋକେ ଏହାକୁ ବେଶ ପସନ୍ଦ କରୁଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories