www.samajalive.in
Monday, December 15, 2025
26.1 C
Bhubaneswar

ଉଡ଼ିବ ଘରୋଇ ବିମାନ : ପଞ୍ଜୀକରଣ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଭାରତରେ ଖୁବ୍‌ ଶୀଘ୍ର ଘରୋଇ ବିମାନ ଚଳାଚଳ କରିବ। ଏଥିପାଇଁ ଯାତ୍ରୀଙ୍କ ନିମନ୍ତେ ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି କରାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏୟାର୍‌ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ପକ୍ଷରୁ ଏହି ନିର୍ଦେଶାନାମା ଜାରି କରାଯାଇଛି।  ଯେଉଁଯାତ୍ରୀମାନେ ଘରୋଇ ବିମାନରେ ଯାତ୍ରା କରିବେ ସେମାନଙ୍କ ଲାଗି ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ଏଏଆଇ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ କଣ୍ଟାକ୍‌ ଟ୍ରେସିଂ ମୋବାଇଲ୍‌ ଆପ୍ଲିକେସନ୍‌ରେ ଯାତ୍ରୀମାନଙ୍କୁ ସେମାନଙ୍କ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ଘରୋଇ ବିମାନରେ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ଏକ ମାସ୍କ ପିନ୍ଧିବା ସହିତ ସାଙ୍ଗରେ ସାନିଟାଇଜେସନ୍‌ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାସହିତ ଆବଶ୍ୟକ କାଗଜାତ ସମେତ ଆରୋଗ୍ୟ ସେତୁ ଡାଉନ୍‌ଲୋଡ୍‌ କରିଥିବା ପ୍ରମାଣ ମଧ୍ୟ ଦେଖାଇବାକୁ ହେବ ବୋଲି ଏଏଆଇ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories