ସମ୍ବଲପୁର: ଆଜି କୁଚିଣ୍ଡାରୁ ଗଡୁନି ଘରୋଇ ବସ୍। ବସ୍ ଚଳାଚଳ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘ ଡାକରା ଦେଇଛି। କୁଚିଣ୍ଡା, ଝାରସୁଗୁଡା ଘରୋଇ ବସ୍ ମାଲିକ ସଂଘର ବିବାଦରେ କୁଚିଣ୍ଡା ଥାନା ଅଧିକାରୀଙ୍କ ହସ୍ତକ୍ଷେପକୁ ବିରୋଧ କରି ସଂଘ ଏଭଳି ଡାକରା ଦେଇଛି। ଏ ନେଇ ଘରୋଇ ବସ୍ ମାଲିକ ସଂଘ ଉପଜିଲ୍ଲାପାଳ, ଏସଡିପିଓ , ଥାନା ଅଧିକାରୀଙ୍କୁ ଦାବି ଜଣାଇଛି। ଫଳରେ କୁଚିଣ୍ଡାରୁ ଝାରସୁଗୁଡା, ସମ୍ବଲପୁର , ଦେବଗଡ, ସୁନ୍ଦରଗଡ ଓ ରାଉରକେଲାକୁ ବସ୍ ଚଳାଚଳ ବନ୍ଦ ରହିଛି। ଆଜି ସକାଳ ୫ଟା ୩୦ରୁ ଘରୋଇ ବସ୍ ସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।
Popular Categories



