ସମ୍ବଲପୁର: ଭାରତୀୟ ରେଳପଥ ଦ୍ୱାରା ଓଡିଶାରେ ଆଉ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱରରୁ ଟାଟା ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବାବେଳେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲାରୁ ହାୱାଡା ପର୍ଯ୍ୟନ୍ତ ଚଳାଚଳ କରିବ। ତେବେ ସମ୍ବଲପୁର ଦେଇ ହାୱାଡାକୁ ଯାଉଥିବା ଇସ୍ପାତ ଏକ୍ସପ୍ରେସରେ ପ୍ରବଳ ଭିଡ ହେଉଥିବାରୁ ରାଉରକେଲାରୁ ମାତ୍ର ୧୫୦ କିମି ଦୂରରେ ଅବସ୍ଥିତ ସମ୍ବଲପୁରକୁ ପ୍ରସ୍ତାବିତ ରାଉରକେଲା–ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସକୁ ସମ୍ପ୍ରସାରଣ କରାଯାଉ ବୋଲି ଶିକ୍ଷାବିତ ଶଙ୍କର ପ୍ରସାଦ ପତି ଦାବି କରିଛନ୍ତି। ଯଦି ବନ୍ଦେ ଭାରତ ଏକ୍ସପ୍ରେସ ସମ୍ବଲପୁରରୁ ଆରମ୍ଭ ହେବ ତାହା ହେଲେ ପଶ୍ଚିମ ଓଡିଶାର ଅନେକ ଯାତ୍ରୀ ସୁବିଧାର ସହିତ ଯାତ୍ରା କରିପାରିବେ ବୋଲି ପତି ରେଳମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।
Popular Categories



