www.samajalive.in
Wednesday, December 10, 2025
18.1 C
Bhubaneswar

ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ: ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ

କେନ୍ଦୁଝର: ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ। ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ବନ୍ଦ ପାଳନ କରୁଛି ଚକଧାର ସମନ୍ବୟ ସମିତି। ସମିତି ପକ୍ଷରୁ ୪୯ ନଂ ଜାତୀୟ ରାଜପଥର ଜଗମୋହନପୁର ଠାରେ ରାସ୍ତା ଅବରୋଧ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମୋଟର ଅଟକି ରହିଛି। ରାଜପଥ ଅବରୋଧ ସହ ଦୋକାନ ବଜାର, ସ୍କୁଲ କଲେଜ , ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି। ମୋହନ ମାଝୀ ସରକାରଙ୍କ ପ୍ରଥମ ବଜେଟ୍ ରେ ଅନୁଗୁଳ ସମାକୋଇ ବ୍ୟାରେଜ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବ୍ୟବସ୍ଥା କରାଗଲା। ଯାହାର ନିର୍ମାଣ ସ୍ଥଳ କେନ୍ଦୁଝର ଜିଲ୍ଲା କରଦାଙ୍ଗୀ ପଞ୍ଚାୟତ ଚକ୍ରଧରପୁର ଠାରେ ରହିଛି। ଏହି ପ୍ରକଳ୍ପ ଅନୁମୋଦନ ହେବା ପରେ ତେଲକୋଇ ବ୍ଲକରେ ବହୁ ଗାଁ ଜଳମଗ୍ନ ହେବା ଆଶଙ୍କାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତ ମାସ ୨୭ ତାରିଖରେ ତେଲକୋଇ ବନ୍ଦ ଡାକରା ଦେଇ ପ୍ରକଳ୍ପ ବନ୍ଦ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ଦିଆଯାଇଥିଲା। କିନ୍ତୁ ସରକାରଙ୍କ ପାଖରୁ କୌଣସି ଉତ୍ତର ନ ଆସିବାରୁ ପୁନଶ୍ଚ ତେଲକୋଇ ବନ୍ଦ କରାଯାଇଛି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories