www.samajalive.in
Friday, December 12, 2025
26.1 C
Bhubaneswar

ପୃଥ୍ୱୀଙ୍କ ଏକାଧିକ କୀର୍ତ୍ତିମାନ

  • ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିବାରେ ପୃଥ୍ୱୀ ସ’ ବିଶ୍ୱର ୪ର୍ଥ ସର୍ବକନିଷ୍ଠ। ପୃଥ୍ୱୀଙ୍କଠାରୁ କମ୍‍ ବୟସରେ ବାଂଲାଦେଶର ମହମ୍ମଦ ଅସ୍ରଫୁଲ, ଜିମ୍ବାୱେର ହାମିଲଟନ ମାସାକାଡ୍‍ଜା ଓ ପାକିସ୍ତାନର ସଲିମ୍‍ ମାଲିକ୍‍ ପ୍ରଥମ ଟେଷ୍ଟରେ ଶତକ ମାରିଥିଲେ।
  • ୯୯ ବଲ୍‍ରେ ୧୦୦ ରନ୍‍ ପୂରଣକରି ପୃଥ୍ୱୀ ପଦାର୍ପଣ ଟେଷ୍ଟରେ ୩ୟ ଦ୍ରୁତତମ ଶତକ ହାସଲ କରିଛନ୍ତି। ଜୀବନର ପ୍ରଥମ ଟେଷ୍ଟରେ ଶିଖର ଧାୱନ ୮୫ ବଲ୍‍ରୁ ଓ ଡ୍ୱେନ୍‍ ସ୍ମିଥ୍‍ ୯୩ ବଲ୍‍ରୁ ଶତକ ମାରିଥିଲେ।
  • ସଚିନ ତେନ୍ଦୁଲକରଙ୍କ ପରେ ଟେଷ୍ଟ ଶତକ ହାସଲ କରିବାରେ ପୃଥ୍ୱୀ ସ’ ୨ୟ ସର୍ବକନିଷ୍ଠ ଭାରତୀୟ।
  • ପଦାର୍ପଣ ଟେଷ୍ଟରେ ଶତକ ମାରିବାରେ ପୃଥ୍ୱୀ ହେଉଛନ୍ତି ୧୫ଶ ଭାରତୀୟ। ପୁଣି ଜୀବନର ପ୍ରଥମ ରଣଜୀ ଟ୍ରଫି, ଦୁଲିପ ଟ୍ରଫି ଓ ଟେଷ୍ଟମ୍ୟାଚ୍‌ରେ ଶତକ ହାସଲ କରିବାରେ ପୃଥ୍ବୀ ଏକମାତ୍ର ଭାରତୀୟ।
  • ପ୍ରଥମଶ୍ରେଣୀ ଓ ଟେଷ୍ଟମ୍ୟାଚ୍‍ ପଦାର୍ପଣରେ ଶତକ ମାରିବାରେ ପୃଥ୍ୱୀ ବିଶ୍ୱର ୩ୟ ବ୍ୟାଟ୍‍ସମ୍ୟାନ୍‍। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଡର୍କ ୱେଲ୍‍ହାମ୍‍ ଏବଂ ଭାରତର ଗୁଣ୍ଡାପ୍ପା ବିଶ୍ୱନାଥ ଓ ବୀରେନ୍ଦ୍ର ସେହ୍ୱାଗ ଏହି କୃତିତ୍ୱ ହାସଲ କରିଛନ୍ତି।
  • ୧୮ ବର୍ଷ ୩୨୯ ଦିନ ବୟସରେ ଜୀବନର ପ୍ରଥମ ଟେଷ୍ଟରେ ଶତକ ଅର୍ଜନକରି ଏପରି କରିବାରେ ଦେଶର ସର୍ବକନିଷ୍ଠ ବ୍ୟାଟ୍‍ସମ୍ୟାନ୍‍ ହୋଇ ପାରିଛନ୍ତି ପୃଥ୍ୱୀ। ପୂର୍ବରୁ ଏହି ରେକର୍ଡ ଆବାସ୍‍ ଅଲୀ ବେଗ୍‍ଙ୍କ ନାମରେ ଥିଲା। ଆବାସ୍‍ ୨୦ ବର୍ଷ ୧୨୬ ଦିନରେ ଜୀବନର ପ୍ରଥମ ଟେଷ୍ଟରେ ଶତକ ମାରିଥିଲେ।
  • ଭାରତ ପାଇଁ ଟେଷ୍ଟମ୍ୟାଚ୍‍ ଖେଳିବାରେ ପୃଥ୍ୱୀ ହେଉଛନ୍ତି ୧୩ଶ ସର୍ବକନିଷ୍ଠ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories