www.samajalive.in
Friday, December 12, 2025
19.1 C
Bhubaneswar

ଫେସବୁକ ସମ୍ପର୍କ ହେଲା କାଳ ; ଯୁବକ ଗିରଫ

ଖୁଣ୍ଟା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କ ସହିତ ଅନ୍ୟ ଜଣେ ଯୁବକର ଫେସବୁକ ସମ୍ପର୍କ ଶେଷରେ ନିଜ ପାଇଁ କାଳ ହୋଇଛି। ଦୁଇ ବର୍ଷର ବୈବାହିକ ଜୀବନ ମଧ୍ୟରେ ଦେଢ ବର୍ଷର ଧରି ଜନୈକ ଯୁବକ ସହିତ ଫେସବୁକ ସମ୍ପର୍କ ଶେଷରେ ବ୍ଲାକ ମେଲିଂ ଓ ପରେ ଅପହରଣର ରୂପ ନେଇଥିବା ବାବଦରେ ଜନୈକା ବିବାହିତା ମହିଳାଙ୍କ ଅଭିଯୋଗ ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକ ହେଉଛି ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବର୍ଦ୍ଧନ ପୁର ଗ୍ରାମର ଗୋବିନ୍ଦ ନାଥଙ୍କ ପୁଅ ବିଶ୍ୱଜିତ ନାଥ(୨୪) ଅଭିଯୋଗ ଅନୁସାରେ ବିବାହିତ ମହିଳା ଜଣଙ୍କ ସହ ବିଶ୍ୱଜିତର ଫେସବୁକ ଜରିଆରେ ଦେଢ ବର୍ଷ ପୂର୍ବେ ସମ୍ପର୍କ ସ୍ଥାପିତ ହୋଇଥିଲା। ବିଶ୍ୱଜିତ ମହିଳାଙ୍କ ଠାରୁ ତାଙ୍କର କେତେକ ଫୋଟ ମାଗିନେବା ପରେ ସେଗୁଡିକୁ ଫଟୋସୋପରେ ଆପତ୍ତିଜନକ ରୂପଦେଇ ତାଙ୍କୁ ବ୍ଲକମେଲ କରିଥିଲା ଓ ଅର୍ଥ ଦାବି କରିଥିଲା। ସ୍ୱାମୀଙ୍କୁ ମିଥ୍ୟା କହି ମହିଳା ଜଣଙ୍କ ପ୍ରଥମେ ୧୦ ହଜାର ଓ ପରେ ୮ହଜାର ଟଙ୍କା ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ବିଶ୍ୱଜିତ ନିକଟକୁ ପଠାଇଥିଲେ। ତେବେ ବିଶ୍ୱଜିତ ପୁନର୍ବାର ଟଙ୍କା ଓ ଅଳଙ୍କାର ଦାବି କରି ରାତିରେ ଗୋପନୀୟ ଭାବେ ନିଜେ ନେଇ ଆସିବାକୁ ନିର୍ଦେଶ ଦେଇଥିଲା। ଯୋଜନା ଅନୁସାରେ ଗତ ଅଗଷ୍ଟ ମାସ୧୮ ତାରିଖ ରାତି ପ୍ରାୟ ୧୧ଟରେ ବିଶ୍ୱଜିତ ମହିଳାଙ୍କ ଶ୍ୱଶୁରଘର ଗ୍ରାମରେ କାର ଯୋଗେ ପହଞ୍ଚିଥିଲା। ତେବେ ଟଙ୍କା ଓ ଅଳଙ୍କାର ସହ ବିଶ୍ୱଜିତ ସଂପୃକ୍ତ ମହିଳାଙ୍କୁ ଅପହରଣ କରିନେଇଥିଲା। ସେତେବେଳେ ସେ ୪ ମାସର ଗର୍ଭବତୀ ଥିଲେ। ତାଙ୍କୁ ପ୍ରଥମେ ଜଳେଶ୍ୱର ନେବା ପରେ ସେଠାରୁ ବାଲେଶ୍ୱର, ପୁରୀ, ଭୁବନେଶ୍ୱର, ହାଇଦ୍ରାବାଦ, କର୍ଣ୍ଣାଟକ ଅଦି ବିଭିନ୍ନ ସ୍ଥାନକୁ ନେଇ ରଖିବା ସହ ବଳପୂର୍ବକ ଶାରିରୀକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ ହୋଇଛି। ଅପହୃତା ମହିଳା ଗତ ମାସ ୨୬ ତାରିଖରେ କୌଣସି ମତେ ଫେରିଆସି ମୁରୁଡା ଥାନା ଅଞ୍ଚଳର ନିଜ ବାପ ଘରେ ପହଞ୍ଚିଥିଲେ। ଏଥି ମଧ୍ୟରେ ବାପଘର ଲୋକେ ବିଶ୍ୱଜିତକୁ ଡକେଇ ତାକୁ ଅଟକ ରଖିବା ପରେ ବୁଧବାର ଖୁଣ୍ଟା ପୁଲିସ ଜିମା ଦେଇଥିଲେ ଏବଂ ମହିଳା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସ୍ଥାନୀୟ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ବିଶ୍ୱଜିତକୁ ଗିରଫ କରିବା ସହ ଗୁରୁବାର କୋର୍ଟ ଚାଲାଣ କରିଛି। ତେବେ କୂଳବଧୂଙ୍କୁ ବାପଘରଲୋକେ ଫେରାଇ ନେଇଯାଇଥିବା ଜଣା ପଡିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories