www.samajalive.in
Friday, December 12, 2025
17.1 C
Bhubaneswar

ପାରାଦ୍ବୀପରେ ପହଞ୍ଚିଲା ଭାରତୀୟ ତଟରକ୍ଷୀ ବାହିନୀର ନୂତନ ଜାହାଜ ବିଜୟ

ପାରାଦ୍ବୀପ: ପାରାଦ୍ବୀପରେ ପହଞ୍ଚିଲା ଭାରତୀୟ ତଟରକ୍ଷୀ ବାହିନୀର ନୂତନ ଜାହାଜ ବିଜୟ। ଏହି ଜାହାଜ ଚେନ୍ନାଇର ଏଲ୍ ଏଣ୍ଡ ଟି ସିପ୍ୟାଡ୍ ଠାରେ ନିର୍ମାଣ କରାଯାଇଥିବାବେଳେ ଗୁରୁବାର ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି। ଏହାକୁ ସେପ୍ଟେମ୍ବର ମାସ ୧୪ ତାରିଖରେ ଭାରତୀୟ ତଟରକ୍ଷୀ ବାହିନୀ ଡି.ଜି. ରାଜେନ୍ଦ୍ର ସିଂ ଙ୍କ ଉପସ୍ଥିତିରେ ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ର କମିସନିଙ୍ଗ୍ କରିଥିଲେ । ଏହା ଗୁରୁବାର ଠାରୁ ଓଡିଶା ଉପକୁଳର ସୁରକ୍ଷାରେ ନିୟୋଜିତ ହେବା ସହ ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯୟ ସମୟରେ ଜନଜୀବନ ସୁରକ୍ଷାରେ ସାମିଲ୍ ହେବ। ଏଥିସହ ଏହା ସାମୁଦ୍ରିକ ପରିବେଶ ସୁରକ୍ଷା ଏବଂ ଓଲିଭ ରିଡଲେ କଇଁଛ ମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବ। ଏଥିରେ କମାଣ୍ଡାଣ୍ଟ୍ ଏଚ୍.ଜେ. ସିଂ ଙ୍କ ସହ ୧୨ ଜଣ ଅଧିକାରୀଙ୍କ ସମେତ ମୋଟ ୯୧ ଜଣ ଯବାନ ରହିବେ। ଏହାର ଲମ୍ବ ୯୮ ମିଟର ହୋଇଥିବାବେଳେ ଏହା ଘଣ୍ଟାକୁ ୨୬ ନଟିକଲ୍ ମାଇଲ୍ ସ୍ପିଡରେ ଗତି କରିପାରିବ। ଜାହାଜ ବିଜୟକୁ ଭାରତୀୟ ତଟରକ୍ଷୀ ବାହିନୀର ଡି.ଆଇ.ଜି. ରାଜେଶ ମକୱାନା ପାରାଦୀପ ବନ୍ଦର ଠାରେ ସ୍ବାଗତ କରିଛନ୍ତି। ଜାହାଜ ବଜ୍ରା ଅବସର ନେବାପରେ ଜାହାଜ ବିଜୟ ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ୍ ହୋଇଛି। ଯାହା ଭାରତୀୟ ଉପକୁଳ ସୁରକ୍ଷା ଦିଗରେ ଆଉ ଏକ ସୁରକ୍ଷା କବଚ ଭାବେ କାର୍ଯ୍ୟ କରିବ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories