www.samajalive.in
Saturday, December 6, 2025
26.1 C
Bhubaneswar

ଡାକ୍ତରୀ ପରୀକ୍ଷା ବାହାନାରେ ହୋଟେଲରେ କଏଦୀଙ୍କ ମଉଜ ମସ୍ତି; ୫ ଜେଲ୍‌ ସୁରକ୍ଷାକର୍ମୀଙ୍କ ସମେତ ୧୩ ଗିରଫ

ଜୟପୁର: ରାଜସ୍ଥାନର ଜୟପୁର ସେଣ୍ଟ୍ରାଲ ଜେଲ୍‌ରେ କେତେକ କଏଦୀ ଜେଲ୍‌ କର୍ମଚାରୀଙ୍କୁ ଉତ୍କୋଚ ଦେଇ ଡାକ୍ତରୀ ପରୀକ୍ଷା ବାହାନାରେ ହୋଟେଲରେ ମଉଜ ମସ୍ତି କରିଥିବା ଘଟଣା ଲୋକଲୋଚନକୁ ଆସିଛି। ଏହି ଘଟଣାରେ ୫ ​ଜେଲ୍‌ ସୁରକ୍ଷାକର୍ମୀ ଓ ୪ କଏଦୀଙ୍କ ସମେତ ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଚାରିଜଣ ହେଲେ ଏହି କଏଦୀଙ୍କ ପତ୍ନୀ ଏବଂ ପ୍ରେମିକା। ସୂଚନା ମୁତାବକ ଗତ ଶନିବାର ରୁଟିନ୍‌ ଡାକ୍ତରୀ ପରୀକ୍ଷା ନିମନ୍ତେ ପାଞ୍ଚଜଣ କଏଦୀଙ୍କୁ ସ୍ଥାନୀୟ ଏସଏମଏସ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଜଣେ କଏଦୀ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲକୁ ଯାଇଥିବାବେଳେ ଅନ୍ୟ ୪ ଜଣ ବିଭିନ୍ନ ହୋଟେଲରେ ସେମାନଙ୍କର ପତ୍ନୀ ଏବଂ ପ୍ରେମିକାଙ୍କୁ ଭେଟିବା ସହ ମଉଜ ମସ୍ତି କରିଥିବା କୁହାଯାଇଛି। ଏହି ଚାରି ଜଣ କଏଦୀ ହେଲେ ରଫିକ୍‌ ବକ୍ରି, ଭଓଁର ଲାଲ, ଅଙ୍କିତ ବଂଶଲ ଏବଂ କରନ ଗୁପ୍ତା। ଅଭିଯୁକ୍ତ କଏଦୀମାନେ ଏଭଳି ସୁବିଧା ପାଇବାକୁ ଜଣେ ଦଲାଲ ଜରିଆରେ ଜେଲ୍‌ର ୫ ଜଣ ସୁରକ୍ଷାକର୍ମୀ(କନଷ୍ଟେବଳ)ଙ୍କୁ ମୋଟ ୨୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଶନିବାର ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଏହି କଏଦୀମାନେ ଜେଲକୁ ନ ଫେରିବାରୁ ଖୋଳତାଡ ଆରମ୍ଭ ହୋଇଥିଲା। ରଫିକ୍‌ ଓ ଭଓଁର ଲାଲ ଜାଲୁପୁରାସ୍ଥିତ ଏକ ହୋଟେଲରେ ସେମାନଙ୍କର ପତ୍ନୀ ଓ ପୂର୍ବତନ ପ୍ରେମିକାଙ୍କୁ ଭେଟିଥିବାବେଳେ ଅଙ୍କିତ ଓ କରନ ଜୟପୁର ବିମାନ ବନ୍ଦର ନିକଟସ୍ଥ ଏକ ହୋଟେଲରେ ସୁସ୍ବାଦୁ ଖାଦ୍ୟ ଖାଉଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଉକ୍ତ ହୋଟେଲରେ ଅଙ୍କିତ ନିଜର ପ୍ରେମିକାଙ୍କୁ ଭେଟିଥିଲେ। ପୁଲିସ ରଫିକ୍‌ର ପତ୍ନୀ ନିକଟରୁ ମାଦକଦ୍ରବ୍ୟ ଜବତ କରିଥିବାବେଳେ ଅଙ୍କିତର ପ୍ରେମିକା ନିକଟରୁ ନଗଦ ୪୫ ହଜାର ଟଙ୍କା ଓ ଏକାଧିକ କଏଦୀଙ୍କ ଜାଲ୍‌ ପରିଚୟ ପତ୍ର ଜବତ କରିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories